Mon. Sep 28th, 2026

ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା

190 Views

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାରକିପୁର ନିକଟରେ ଏକ ବାଲି ବୋଝେଇ ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ।

ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟ୍ରକ୍‌ଟି ସୋର ଅଭିମୁଖେ ଯାଉଥିବା ବେଳେ  କଣ୍ଟେନରଟି ଭୁନେଶ୍ୱରରୁ ବାଲେଶ୍ୱର ଯାଉଥିଲା। ଏହି ସମୟରେ ଟ୍ରକ୍‌ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା।

ଟ୍ରକ୍‌ରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କଣ୍ଟେନର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିବାରୁ ପ୍ରାୟ ଘଣ୍ଟାଏ ଉଦ୍ୟମ ପରେ ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଥିଲା । ଏଥିସହ ବାଲି ବୋଝେଇ ଟ୍ରକ୍ ଓ କଣ୍ଟେନରକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post