Sun. Jul 26th, 2026
192 Views

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିଶ ପାଳ ନିକଟ ଏନ୍‌ଏଚ୍‌ ୨୦ ବାଇପାସ୍‌ରେ ଆଜି ସକାଳେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି   ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଜଣଙ୍କ ଟ୍ରକ୍‌ ଡ୍ରାଇଭର ବୋଲି ଜଣାପଡ଼ିଛି। ତେବେ ତାଙ୍କ ପରିଚୟ ମିଳିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଟ୍ରକ୍‌ ଖରାପ ହୋଇ ଏନ୍‌ଏଚ୍‌ ୨୦ ବାଇପାସ୍‌ର ଡାହାଣ ପାର୍ଶ୍ୱରେ ଠିଆ ହୋଇଥିଲା। ଏହି ସମୟରେ ଅନ୍ୟ ଏକ ଟ୍ରକ୍‌ ଆସି ଉକ୍ତ ଟ୍ରକ୍‌ ପଛରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌ରେ କେହି ନଥିଲେ।

ପୁଲିସ୍‌ ଓ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରର ମୃତଦେହ ଉଦ୍ଧାର କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

By amfnews

Related Post