Thu. Sep 3rd, 2026

ଟୁଇଟ୍‌ କଲା ‘ନାସା’ : ଏଥର ଚନ୍ଦ୍ର ପୃଷ୍ଠରେ ରହିବେ ମଣିଷ

1,133 Views

ନୂଆଦିଲ୍ଲୀ  : ନେସ୍‌ନାଲ୍‌ ଏରୋନଟିକ୍ସ୍‍ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରାସନ୍‌ (ନାସା) ଚନ୍ଦ୍ରରେ ଦୀର୍ଘ ଦିନ ରହିବା ପାଇଁ ଯୋଜନା କରୁଛି। ଏହି ରହଣି ମଙ୍ଗଳ ଗ୍ରହକୁ ଯାତ୍ରା କରୁଥିବା ମହାକାଶଚାରୀଙ୍କ ପାଇଁ ଯାତ୍ରାବିରତିସ୍ଥଳୀ ଭାବେ ମଧ୍ୟ କାମ କରିବ।

ଆର୍ଟେମିସ୍‌ ପ୍ରକଳ୍ପରେ କାର୍ଯ୍ୟରତ ନାସା ସ୍ପେସ୍‌ସୁଟ୍‌ ଇଞ୍ଜିନିୟର୍‌ ଲିଣ୍ଡ୍‌ସେ ଏଟ୍‌କିସନ୍‌ଙ୍କ ସହ ପ୍ରଶ୍ନତ୍ତୋରୀ ଅଧିବେଶନକୁ ସେୟାର୍‌ କରି ଶୁକ୍ରବାର ଦିନ ମହାକାଶ ଏଜେନ୍‌ସି ନାସା ଟୁଇଟ୍‌ କରିଛି: ଏଥର ଆମେ ଚନ୍ଦ୍ରକୁ ଯାଉଛୁ ରହିବା ପାଇଁ।

ଗ୍ରିକ୍‌ ପୁରାଣ ବର୍ଣ୍ଣିତ ‘ଆପୋଲୋ’ଙ୍କ ଭଉଣୀଙ୍କ ନାମରେ ନାମିତ ‘ଆର୍ଟେମିସ୍‌’ ମିସନ୍‌ସ୍‌ରେ ୨୦୨୪ରେ ‘ନାସା’ ଚନ୍ଦ୍ରରେ ନୂତନ ମାନବ-ବହନକାରୀ ଲ୍ୟାଣ୍ଡର୍‌ ପରୀକ୍ଷା କରିବାକୁ ଯୋଜନା କରୁଛି। ଏହାଦ୍ୱାରା ୨୦୧୮ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ଦଳେ ମହାକାଶଚାରୀଙ୍କୁ ପ୍ରେରଣ କରିହେବ।

ଆର୍ଟେମିସ୍‌ ପ୍ରୋଗ୍ରାମ୍‌ରେ ନାସା ଚନ୍ଦ୍ରକୁ ପ୍ରଥମ ମହିଳା ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛି। ନାସା କହିଛି ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଅନେ୍ଵଷଣ ପରସ୍ପର ସହ ଜଡ଼ିତ। ମଙ୍ଗଳ ଗ୍ରହରେ ବିଭିନ୍ନ ପରୀକ୍ଷାନିରୀକ୍ଷା ନିମନ୍ତେ ଚନ୍ଦ୍ର ପରୀକ୍ଷାଗାର ଭଳି କାମ କରିବ। ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳେ ୧୯୭୨ ମସିହାରେ ଶେଷ ଥର ଲାଗି ଚନ୍ଦ୍ରକୁ ମାନବ ପ୍ରେରଣ ଅଭିଯାନ ହୋଇଥିଲା।

By amfnews

Related Post