Thu. May 14th, 2026

ଟିକେଟ୍‌ ନ ପାଇ ନିରାଶ ହୋଇଥିବା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ କହିଲେ ମନକଥା

497 Views

ଚଣ୍ଡୀଗଡ଼ : ପଞ୍ଜାବର ପୂର୍ବତନ ବିଧାୟକ ଏବଂ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୌତ କୌର ସିଦ୍ଧୁଙ୍କୁ ଏଥର ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍‌ ଦେଇ ନାହିଁ। ଏଥିପାଇଁ ନବଜୋତ୍‌ ନିରାଶ ହୋଇପଡ଼ିଛନ୍ତି। ସେ ନିର୍ବାଚନ ପୂର୍ବରୁ ସଂଗଠନ କାର୍ଯ୍ୟରେ ଜୋରସୋରରେ ଲାଗି ପଡ଼ିଥିଲେ। ଠିକ୍‌ ସେହିପରି ସଭା ସମିତିରେ ବି ଯୋଗ ଦେଉଥିଲେ। ଅପର ପକ୍ଷରେ କଂଗ୍ରେସ ଚଣ୍ଡୀଗଡରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ କୁମାର ବଂଶଲଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି। ଏହି ଲୋକସଭା ଆସନରୁ ପ୍ରାର୍ଥୀ ହେବା ଲାଗି ନବଜୋତ କୌର ସିଦ୍ଧୁ ଆଶାୟୀ ଥିଲେ।

ତେବେ ନିଜର ଅସନ୍ତୋଷ ପ୍ରକଟ ନ କରି ସେ କହିଛନ୍ତି,‘ଯଦି କଂଗ୍ରେସ ତାଙ୍କ ଭଳି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥାନ୍ତା, ତେବେ ବେଶି ଖୁସି ହୋଇଥାନ୍ତି। ରାଜନୀତି ପାଇଁ ସ୍ତ୍ରୀ ରୋଗ ବିଶେଷଜ୍ଞର ବୃତ୍ତିକୁ ମଧ୍ୟ ତ୍ୟାଗ କରିଛନ୍ତି। ପବନ ବଂଶଲଙ୍କ ଭଳି ବରିଷ୍ଠ ନେତାଙ୍କୁ ମୁଁ ସହଯୋଗ କରିବି।’ ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ କର୍ମୀଙ୍କ ଭିତରେ ଅସନ୍ତୋଷ ରହିଛି , ତାକୁ ଦୂର କରିବା ତାଙ୍କର ପ୍ରଥମ କାମ।

By amfnews

Related Post