Sat. Oct 3rd, 2026

ଟାର୍ଗେଟରେ ଅକ୍ଷୟ କୁମାର: ମୁମ୍ବାଇ ଉପରେ କଙ୍ଗନାଙ୍କ ମନ୍ତବ୍ୟକୁ ନେଇ ଚୁପ୍ ରହିଥିବାରୁ ସମାଲୋଚନା କଲା ଶିବସେନା

INDIA-ARTS-CINEMA-BOLLYWOOD
381 Views

ମୁମ୍ବାଇ: ଶିବସେନା ନିଜ ମୁଖପତ୍ର ‘ସାମନା’ ଜରିଆରେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛି। ନିଜ ମୁଖପତ୍ରରେ ଅଭିନେତ୍ରୀ ମୁମ୍ବାଇକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। କୁହାଯାଇଛି ଯେ, କଙ୍ଗନା ମୁମ୍ବାଇ ପୁଲିସକୁ ବାବର ସହିତ ତୁଳନା କରିବା ଏବଂ ସହର ପାକିସ୍ତାନ ଅଧିକୃତ କାଶ୍ମୀର ଭଳି ଲାଗିବା କଥା କହିଥିଲେ ମଧ୍ୟ ପୂରା ବଲିଉଡର ଏ ନେଇ ନୀରବ ରହିଛି। କଙ୍ଗନାଙ୍କ ମତ ସମଗ୍ର ବଲିଉଡର ମତ ନୁହେଁ ବୋଲି ବଲିଉଡର କୌଣସି କଳାକାର ସ୍ପଷ୍ଟ କରିନାହାନ୍ତି।

ଏଥି‌ରେ ବିଶେଷ କରି ଅଭିନେତା ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରାଯାଇଛି। ମୁଖପତ୍ରରେ ଲେଖାଯାଇଛି ଯେ, ମୁମ୍ବାଇ ଅକ୍ଷୟ କୁମାରଙ୍କୁ ବହୁତ କିଛି ଦେଇଛି। ଏହି ସ୍ୱପ୍ନର ସହରରେ ସେ ଅପାର ସଫଳତା ପାଇଛନ୍ତି, ତଥାପି ସେ କଙ୍ଗନାଙ୍କୁ ବିରୋଧ କରି ନାହାଁନ୍ତି। ଯେଉଁ ସହର ତାଙ୍କୁ ସଫଳତା ଦେଇଛି, ସେହି ସହର ଅପମାନିତ ହେଉଥିବା ବେଳେ ସେମାନେ ଏହାକୁ ବିରୋଧ କରିନଥିଲେ। ସମସ୍ତେ ନହେଲେ ବି, ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅତିକମରେ ଅଧା କଳାକାର ମୁମ୍ବାଇର ଅପମାନକୁ ବିରୋଧ କରିବାକୁ ଆଗେଇ ଆସିବା ଉଚିତ୍ | କଙ୍ଗନାଙ୍କ ମତ ସମଗ୍ର ଚଳଚ୍ଚିତ୍ର ଜଗତର ମତ ନୁହେଁ, ଏହା କହିବା ଉଚିତ୍। ଅନ୍ତତଃପ‌କ୍ଷେ ଅକ୍ଷୟ କୁମାରଙ୍କ ଭଳି ବଡ ଅଭିନେତାମାନେ ଏହାକୁ ବିରୋଧ କରିବାର ଥିଲା |

By amfnews

Related Post