Sat. Oct 3rd, 2026

ଝଡ଼ ଆସୁଛି, ଓଡିଶା ସମେତ ୪ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର

358 Views

କେନ୍ଦ୍ର ସରକାର ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପାଇଁ ୪ ରାଜ୍ୟକୁ ସତର୍କ ସୂଚନା ଜାରି କରିଛନ୍ତି । ତାଲିକାରେ ରହିଛି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ। ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ସମ୍ଭାବନା ଥିବାରୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ରାଜ୍ୟଗୁଡିକର ରାଜ୍ୟ ସରକାରମାନେ ସତର୍କ ରହିବାକୁ କୁହାଯାଇଛି।

କାଳବୈଶାଖୀ ପ୍ରଭାବରେ ଗତ ୨ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୧୨୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଏହି ମୃତାହତଙ୍କ ଉତ୍ତରପ୍ରଦେଶରେ ସଂଖ୍ୟା ସର୍ବାଧିକ। ଉତ୍ତରପ୍ରଦେଶରେ  ୭୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୯୧ ଜଣ ଆହତ ହୋଇଥିଲେ।

ସେହିପରି ରାଜସ୍ଥାନରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୨୦୬ ଜଣ  ଆହତ ହୋଇଥିଲେ। ତେଲଙ୍ଗାନା, ଉତ୍ତରାଖଣ୍ଡ ଆଉ ପଞ୍ଜାବରେ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୮, ୬ ଓ ୨।

ଆଜି ସମ୍ଭାବ୍ୟ ଝଡ଼ବାତ୍ୟାର ସୂଚନା ଦେବାସହ ଗୃହ ମନ୍ତ୍ରାଳୟର ମୁଖପାତ୍ର ଏହାର ପ୍ରଭାବ ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରମ୍‌ ଓ ତ୍ରୀପୁରାରେ ଦେଖିବାକୁ ମିଳିବ ବୋଲି କହିଛନ୍ତି।

 

Related Post