Sat. Oct 17th, 2026

ଝିରିପାଣି ଠାରେ ପଞ୍ଚାୟତ ଓ ୱାର୍ଡ ସ୍ତରୀୟ ଉଜ୍ୱଳା ଯୋଜନା

485 Views

ରାଉରକେଲା, ୧୫ା୧ : ଝିରିପାଣି ଠାରେ ପଞ୍ଚାୟତ ଓ ୱାର୍ଡ ସ୍ତରୀୟ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା କାର୍ଯ୍ୟକ୍ରମ ତପନ ସ୍ୱାଇଁ ଓ ଅଜୟ କଂସାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ମହିଳାମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଛି ବୋଲି କହିଥିଲେ ।

ତେଣୁ ସମସ୍ତ ଗରିବ ପରିବାର ଏହାର ସୁଯୋଗ ନେବାକୁ ସେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଉପସ୍ଥିତ ଥିବାବେଳେ ଶ୍ରୀ ଓରାମ ୬ ଜଣ ହିତାଧିକାରୀଙ୍କୁ ମାଗଣାରେ ଏଲ୍ପିଜି ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ତପନ ସ୍ୱାଇଁ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ୍ ହୋଇପାରିବେ, ଏହାର ବ୍ୟବହାର ଓ ଉପକାରିତା ସମ୍ପର୍କରେ ସଚେତନତା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ କଂସାରୀ, ତପନ ସ୍ୱାଇଁ, ବିଷ୍ଣୁ ସେଠୀ, ପତିତପାବନ ପଣ୍ଡା, ଅର୍ଜୁନ ସିଂ, ସଦାଶିବ ମାହାନ୍ତ, ରମେଶ ସିଂ, ଟଙ୍କ ସିଂ, ସରୋଜ ଦାଶ, ଦୟାନନ୍ଦ ଭିତରିଆ, ବାଣା ସ୍ୱାଇଁ, ମନୋଜ କବିଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିତାଧିକାରୀମାନେ ହେଲେ କାଞ୍ଚନ ଗୋପ, ଚମ୍ପା କୁଏତ, କବିତା ବଡାଇକ, ଲତିକା ବଡାଇକ, ଲକ୍ଷ୍ମୀ ଲାକ୍ରା, ମାଳା ଲୋହାରଙ୍କୁ ମୁଖ୍ୟ ଅତିଥି ଶ୍ରୀ ଓରାମ ମାଗଣାରେ ଏଲ୍ପିଜି ବଣ୍ଟନ କରାଯାଇଥିଲା ।

By amfnews

Related Post