Thu. Jul 30th, 2026

ଝାରସୁଗୁଡ଼ା: ମାଲଗାଡ଼ି- ହାଇଓ୍ଵା ଧକ୍କା, ଓଲଟିଲା ଗୋଟିଏ ବଗି

388 Views

ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିକଟସ୍ଥ ରାଜପୁର ଠାରେ ଏକ ମାଲବାଡ଼ି ଏକ ହାଇୱାକୁ ଧକ୍କା ଦେଇଛି। ହାଇୱାକୁ ଧକ୍କା ଦେବା ପରେ ଟ୍ରେନ୍‌ର ଗୋଟିଏ ବଗି ଓଲଟି ପଡ଼ିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ରାଜପୁର ଠାରେ ଟେନ୍‌୍‍ ଲାଇନ ପାର ହେଉଥିିବା ବେଳେ ଏକ ହାଇଓ୍ଵାଟି ବ୍ରେକ୍‌ ଡାଉନ୍‌ ହୋଇ ରେଳ ଧାରଣାରେ ଫସି ଯାଇଥିଲା।

ଝାରସୁଗୁଡ଼ା ଜିଲ୍ଲାର ବାଳିଜୋରି ଠାରୁ ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ବସୁନ୍ଧରା କୋଇଲାଖଣି ଅଞ୍ଚଳ ମଧ୍ୟରେ କୋଇଲା ପରିବହନ କରିବା ପାଇଁ ଏକ ସ୍ୱତନ୍ତ୍ର ରେଲ ଲାଇନ୍‌ଟି ରହିଛି। ତେବେ ଏହି ରେଲ ଲାଇନ୍‌ ଉପରେ ଏକ ରେଲବାଇ ଓଭର ବ୍ରିଜ୍‌ ନିର୍ମାଣ ହେଉଛି। ଏଥିରେ ନିୟୋଜିତ ଏକ ହାଇଓ୍ଵା ଗତକାଲି ରାତିରେ ଟେନ୍‌ ଲାଇନ୍‌ ପାର ହେଉଥିବା ବେଳେ ବ୍ରେକ୍‌ ଡାଉନ୍‌ ହୋଇ ଟ୍ରେନ୍‌ ଲାଇନ୍‌ ଉପରେ ଅଟକି ରହି ଯାଇଥିଲା। ମାତ୍ର ଏ ସମ୍ପର୍କରେ କାହାକୁ କିଛି ନ କହିି ହାଇଓ୍ଵା ଡ୍ରାଇଭର ଟ୍ରେନ୍‌ ଲାଇନ୍‌ ଉପରେ ହାଇଓ୍ଵାକୁ ଛାଡ଼ି ଚାଲି ଯାଇଥିଲେ।ଏହି ସମୟରେ ସୁନ୍ଦରଗଡ଼କୁ କୋଇଲା ପାଇଁ ଯାଉଥିବା ଏକ ମାଲଗାଡ଼ି ଟ୍ରାକ୍‌ ଉପରେ ହାଇଓ୍ଵାକୁ ଦେଖି ବେକ୍‌୍‌ ଦେଇଥିଲା। ମାତ୍ର ଏହାର ଗୋଟିଏ ବଗି ହାଇଓ୍ଵା ଦେହରେ ଧକ୍କା ଖାଇ ଓଲଟି ପଡ଼ିଥିଲା। ଆଜ ସକାଳୁ ଟ୍ରେନ୍‌ ଲାଇନ୍‌କୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଚାଲିଛି।

By amfnews

Related Post