Thu. Jun 11th, 2026

ଝାରସୁଗୁଡ଼ା ବିମାନ ବନ୍ଦର : ଆଜି କାର୍ଯ୍ୟକ୍ଷମ ହେବ ଡିଭିଓଆର ବ୍ୟବସ୍ଥା

236 Views

ଝାରସୁଗୁଡା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସନ୍ତା କାଲି(ସୋମବାର)ଠାରୁ ଡପଲର ଭେରି ହାଇ ଫ୍ରିକ୍ବେନ୍‌ସି ଓମନି ଡିରେକ୍ସନାଲ ରେଞ୍ଜ (ଡିଭିଓଆର) ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ବିମାନ ବନ୍ଦର ନିର୍ଦେଶକ ସ୍ୱଦେଶ ଚୌହାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ବ୍ୟବସ୍ଥା ପାଇଁ ଗତ ଫେବ୍ରୁଆରି ମାସରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା।

ଗତ କିଛିଦିନ ତଳେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଫ୍ଲାଇଟ ଇନ୍ସପେକ୍‌ସନ ୟୁନିଟ୍‌ ଏହି ବ୍ୟବସ୍ଥାର ପରୀକ୍ଷା ନିରୀକ୍ଷା କରିଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରରେ ପାଗ ଖରାପ ଥିବା ବେଳେ ଭିଜିବିଲିଟିକୁ ନେଇ ବିମାନ ଉଡ଼ାଣ ଓ ଅବତରଣ ବେଳେ ସମସ୍ୟା ସୃଷ୍ଟି ହେଉଥିଲା। ଫଳରେ ପାଗ ଖରାପ ଥିଲେ ବିମାନ ବାତିଲ ହେଉଥିଲା। ଡିଭିଓଆର୍‌ ବ୍ୟବସ୍ଥା ହେଲା ପରେ ଭିଜିବିଲିଟି ମାନଦଣ୍ଡ ୫ ହଜାର ମିଟରରୁ ୨୩ ଶହ ମିଟରକୁ ଖସି ଆସିବ ବୋଲି ଶ୍ରୀ ଚୌହାନ ଜଣାଇଛନ୍ତି।

By amfnews

Related Post