Sat. Apr 25th, 2026

‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହ ବଙ୍ଗଳା ସଂସ୍କୃତିର ସମ୍ପର୍କ ନାହିଁ: ଅମର୍ତ୍ତ୍ୟ ସେନ୍

261 Views

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗଳାରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନକୁ ନେଇ ଲାଗି ରହିଥିବା ବିବାଦ ଉପରେ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ ପ୍ରତିକ୍ରିୟା ରଖିଛନ୍ତି। ଗତକାଲି କୋଲକାତା ସ୍ଥିତ  ଯାଦବପୁର  ବିଶ୍ୱବିଦ୍ୟାଳୟରେ ଅମର୍ତ୍ତ୍ୟ ସେନ୍ କହିଥିଲେ,“ଏବେ କେବଳ ଲୋକଙ୍କୁ ମାଡ଼ ମାରିବା ଉଦ୍ଦେଶ୍ୟରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନର ବ୍ୟବହାର ହେଉଛି। ମୋ ଚିନ୍ତାଧାରାରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହ ବଙ୍ଗଳା ସଂସ୍କୃତିର କୌଣସି ସମ୍ପର୍କ ନାହିଁ।”

ସେ ଆହୁରି କହିଛନ୍ତି,“ଆଜିକାଲି କୋଲକାତାରେ  ରାମନବମୀ ଉତ୍ସବ ଅଧିକ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ହେଲେ ପୂର୍ବରୁ ଏଠାରେ ଏତେ ଆଡମ୍ୱରରେ ରାମନବମୀ ଉତ୍ସବ ପାଳନ କରାଯାଉଥିବା ଦେଖିବାକୁ ମିଳୁ ନଥିଲା।”

ଗତକିଛି ଦିନ ହେବ ପଶ୍ଚିମ ବଙ୍ଗଳାରେ ଜୟ ଶ୍ରୀ ରାମ ସ୍ଲୋଗାନକୁ ନେଇ ରାଜନୀତି କରାଯାଉଛି। ରାଜ୍ୟର କ୍ଷମତାସୀନ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ,  ବିଜେପି କର୍ମୀ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଲାଗି ଏହି ସ୍ଲୋଗାନ୍ ବ୍ୟବହାର କରୁଛନ୍ତି।

By amfnews

Related Post