Wed. Oct 7th, 2026

ଜୟପୁର : ୮୦କେଜି ଗଞ୍ଜେଇ ଜବତ, ମହିଳାଙ୍କ ସହ ୪ ଗିରଫ

305 Views

ଜୟପୁର : ୪ଟି ପ୍ୟାକେଟରେ ୮୦ କେଜି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ‌ରେ ଆଜି ଜୟପୁର ସଦର ପୁଲିସ ଜଣେ ମହିଳାଙ୍କ ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ମହିଳା ଜଣକ ହେଲେ ବିହାର ରାଜ୍ୟ ପାଟଣା ଜିଲ୍ଲା ବିଗ୍ରାପୁର ଗାଁର ସୁନିତା କୁମାରୀ(୩୦), ରୁସ୍ତମ ପୁର ଗାଁର ରାଜେଶ ଯାଦବ(୨୭),ବିଗ୍ରାପୁର ଗାଁର ଅନିଲ କୁମାର(୩୮) ଓ ବୈଶାଳୀ ଜିଲ୍ଲା କାନପୁରା ଗାଁର ଦିନଦୟାଲ ରାୟ(୨୮)। ସେମାନଙ୍କଠାରୁ ନମ୍ବର ନ ଥିବା ଗୋଟିଏ ମେଟାଲିକ ହୋଣ୍ଡା ଏମେଜି କାର, ୩ଟି ମୋବାଇଲ, ଏଟିଏମ କାର୍ଡ, ୫୦୦ ଟଙ୍କା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ମିଳିଥିବା ସୂଚନା ମୁତାବକ ଗତକାଲି ସକାଳୁ ଜୟପୁର ସଦରପୁଲିସ ଡିମିଲା ନିକଟରେ ପଟ୍ରୋଲିଂ କରୁଥିବାବେଳେ ଏହି କାରକୁ ଜବତ କରିଥିଲେ। ଏହି କାରରୁ ୪ଟି ଜରି ବ୍ୟାଗରେ ୮୦କେଜି ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ପଚରାଉଚୁରା କରିବା ପରେ ଆନ୍ଧ୍ର ପଟୁ ଏହି ‌ଗଞ୍ଜ‌େଇକୁ ବିହାରକୁ ଚାଲାଣ କରୁଥିବା ଜଣାପଡିଥିଲା। ଏନେଇ ଏସଆଇ ସଂଗ୍ରାମ କେଶରୀ ସ୍ବାଇଁ ସରଥାନାକୁ ସୂଚନା ଦେଇଥିବାବେଳେ ଏସଆଇ ସୀମା ପ୍ରଧାନ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଛନ୍ତି।

By amfnews

Related Post