Thu. May 21st, 2026

ଜୟପୁର, ଉତକେଲା ଓ ରାଉରକେଲାରେ ହେବ ବିମାନବନ୍ଦର, ୩ଟି ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କରିବେ ରାଜ୍ୟ ସରକାର

185 Views

ଭୁବନେଶ୍ବର : ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ବିମାନସେବା ଯୋଗାଇବା ପାଇଁ କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା ଓ ସୁନ୍ଦରଗଡ଼ର ରାଉରକେଲାରେ ଆଉ ୩ଟି ବିମାନବନ୍ଦର ପ୍ରତିଷ୍ଠା ହେବ। ଆଜି ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂହ ଖାରୋଲା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଭେଟି ଆଲୋଚନା କରିଛନ୍ତି। ବିମାନବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇଦେବେ। ଆଲୋଚନା ପରେ ଗଣମାଧ୍ୟମକୁ ଶ୍ରୀ ଖାରୋଲା ସୂଚନା ଦେଇ କହିଥିଲେ, ଉଡ଼ାନ୍ ୪ ଯୋଜନାରେ ଏହିସବୁ ବିମାନବନ୍ଦର ପ୍ରତିଷ୍ଠା କରାଯିବ। ବିମାନବନ୍ଦର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇବା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି। ପୂର୍ବରୁ ଉଡ଼ାଣ ୪ରେ ଝାରସୁଗୁଡ଼ା ବିମାନବନ୍ଦରକୁ ସାମିଲ କରାଯାଇଛି। ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦରକୁ ଘରୋଇକରଣ କରିବା ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏ ନେଇ ଭାରତୀୟ ବିମାନ ସେବା ପ୍ରାଧୀକରଣ ନିଷ୍ପତ୍ତି ନେବ ବୋଲି ଶ୍ରୀ ଖାରୋଲା କହିଥିଲେ।

By amfnews

Related Post