Wed. Oct 14th, 2026

ଜୟପୁରରେ ପୁଣି ଏନ୍‌କାଉଣ୍ଟର : ଧରାପଡ଼ିଲା ଦୁର୍ଦାନ୍ତ ରଞ୍ଜିତ ବାଘ

243 Views

ଜୟପୁର, ଜାନୁଆରୀ ୬  : ଜୟପୁରରେ ଆଜି ପୁଣିଥରେ ଏନ୍‌କାଉଣ୍ଟର କରାଯାଇଛି। ଏହା ହେଉଛି ପୁଲିସ୍‌ର ପଞ୍ଚମ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦାନ୍ତ ଅପରାଧୀ ରଞ୍ଜିତ ବାଘର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଜଣେ ପୁଲିସ୍‌ ହାବିଲ୍‌ଦାର୍‌ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଞ୍ଜିତ ବାଘ ନାଁରେ ଏକାଧିକ ମାମଲା ରହିଛି। ଆଜି ସଂଧ୍ୟାରେ ବିଶ୍ବସ୍ତ ସୂତ୍ରରୁ ରଞ୍ଜିତର ଅବସ୍ଥିତି ସଂପର୍କରେ ଜୟପୁର ଟାଉନ ପୁଲିସକୁ ଖବର ମିଳିଥିଲା। ପୁଲିସ ଟିମ୍ ପାୱାର ହାଉସ କଲୋନି ଏବଂ କମ୍ଭାର ସାହି ଅଞ୍ଚଳରେ ସନ୍ଧାନ ଆରମ୍ଭ କରିଥିଲା। ପୁଲିସ ପହଞ୍ଚି ସାରିଥିବା ଖବର ପାଇ ରଞ୍ଜିତ ପୁଣି ଖସି ଯିବାକୁ ଉଦ୍ୟମ କରିଥିଲା। ସଂଧ୍ୟା ପ୍ରାୟ ୭ଟାରେ ପୁଲିସ ସହ ମୁହାଁମୁହିଁ ହେବାରୁ ଲାଗ ଲାଗ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ପକ୍ଷରୁ ୩ ରାଉଣ୍ଡ ଫାୟରିଂ ହୋଇଥିବା ବେଳେ ଗୋଟିଏ ଗୁଳି ଡାହାଣ ଗୋଡ଼ରେ ବାଜିଥିଲା। ରଂଜିତକୁ କାବୁ କରିବା ପରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସୂଚନାଯୋଗ୍ୟ ରଞ୍ଜିତ ବିଜେଡି ଅନୁସୂଚିତ ଜାତି ସେଲ୍‌ର ରାଜ୍ୟ ସଂପାଦକ ଥିବା ଜଣାଯାଇଛି।

By amfnews

Related Post