Sun. Sep 13th, 2026

ଜୟଜଗନ୍ନାଥ ଶ୍ରୀ ଭାଗବତ ପୁସ୍ତକ ଉନ୍ମୋଚିତ

507 Views

ରାଉରକେଲା, ୨୨/୭: ଜୟ ଜଗନ୍ନାଥ ଶ୍ରୀଭାଗବତ ପୁସ୍ତକ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ରାଉରକେଲା କଂଗ୍ରେସ ଭବନ ଠାରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାପତି ରବି ରାୟ ଏହାର ଉନ୍ମୋଚନ କରିଛନ୍ତି । ଫକୀର ମୋହନ ମାର୍କେଟ କମିଟି ସଭାପତି ବୁସାଦେବ ବାନାର୍ଜୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉପରେ ଆଲୋଚନା କରିଥିଲେ । ରଶ୍ମିପ୍ରଭା ପ୍ରିଣ୍ଟର୍ସ ସମ୍ପାଦକ ମନୋଜ କୁମାର ନନ୍ଦ ଏଥିରେ ଯୋଗ ଦେଇ ଜଗନ୍ନାଥଙ୍କ ସ୍ତୁତି ଓ ଭାଗବତ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଫକୀର ମୋହନ ମାର୍କେଟ କମିଟି ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଭୂୟାଁ, ୱାରିମ ସିଂହ, ସୋମନାଥ ପଣ୍ଡା, ଶିବୁ ସାହୁ, ରମେଶ ଗୁପ୍ତା, ଏମ୍ଡି ସାହାବୁଦ୍ଦିନ, ସନ୍ଦୀପ ମହାପାତ୍ର, ପ୍ରଦୀପ ବେହେରା, ସୁଶୀଲ ମହାନ୍ତି, ସୌମ୍ୟ ସାମନ୍ତରାୟ, ବିରେନ୍ଦ୍ର ଶର୍ମା, ଦିନେଶ ସାହୁ, ଭଗବାନ ନାୟକ, ରଞ୍ଜନ ମହାପାତ୍ର, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ବାହୁଡା ଯାତ୍ରାରେ ବ୍ରାହ୍ମଣ ସମାଜ ସଭାପତି ଶ୍ରଦ୍ଧା ଷଡଙ୍ଗୀଙ୍କ ଦ୍ୱାରା ପୁସ୍ତକଗୁଡିକୁ ମୁକ୍ତ ବଣ୍ଟନ କରାଯିବ । ଅତୁଲ୍ୟ ବାରିକ ଧନ୍ୟବାଦ ଦେଇଥିଲେ ।

Related Post