Wed. Sep 23rd, 2026

ଜେଏମ୍‌ଏମ୍‌ରେ ମିଶିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଗତକାଲି ବିଜେଡି ଛାଡିଥିଲେ,

424 Views

ବାରିପଦା: ମୟୁରଭଞ୍ଜର ଅନ୍ୟତମ ଟାଣୁଆ ଓ ବରିଷ୍ଠ ନେତା ଲକ୍ଷ୍ମଣ ଟୁଡୁ ରବିବାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ମିଶିଛନ୍ତି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଅନୁଷ୍ଠିତ ଜେଏମ୍‌ଏମ୍‌ କେନ୍ଦ୍ରୀୟ କମିଟିର ବୈଠକରେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ସାମିଲ ହୋଇଛନ୍ତି। ଜେଏମ୍‌ଏମ୍‌ରେ ସାମିଲ ହେବା ସମୟରେ ଦଳର ସୁପ୍ରିମୋ ଶିବୁ ସୋରେନ୍‌ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଶନିବାର ବିଜୁ ଜନତା ଦଳ ଛାଡିଥିଲେ। ସେ ତାଙ୍କ ଇସ୍ତଫା ପତ୍ରକୁ ଡାକଯୋଗେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ଲକ୍ଷ୍ମଣ ଟୁଡୁ ମୟୁରଭଞ୍ଜ ଜିଲ୍ଲା ବିଜେଡିର ୩ ଥର ସଭାପତି ହୋଇଥିଲେ।

By amfnews

Related Post