Fri. Oct 2nd, 2026

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ, ୪ଟି କାର୍ ଓ ୨୨ଟି ବାଇକ୍ ଜବତ

240 Views

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୧ଜଣ ଯୁବକଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ହୁତୁମା ଗ୍ରାମରେ ଗତକାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା।ସୁବର୍ଣ୍ଣପୁର ପୁଲିସ ଅଧୀକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶକ୍ରମେ ସେସ୍ପାଲ ସ୍କ୍ବାଡର ଏସ ଆଇ ଅବିନାଶ ପ୍ରଧାନ ଏବଂ ବିନିକା ଥାନା ଆଇଆଇସି କୁଶ ପାଣିଗ୍ରାହୀ ଏହି ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୧ଜଣ ଜୁଆଡ଼ିଙ୍କୁ ଗରିଫ କରାଯାଇଥିଲା। ଏମାନେ ସମସ୍ତେ ସୁବର୍ଣ୍ଣପୁର ଜିଲ୍ଲାର ଭେଡେନ୍ ଏବଂ ବିନିକା ଅଞ୍ଚଳର ବୋଲି ଜଣାଯାଇଛି।

ସେଠାରୁ ଚାରିଟି କାର୍, ୨୨ଟି ବାଇକ୍ ଏବଂ ନଗଦ ୧୧ ହଜାର ୩୫୦ ଟଙ୍କା ବି ଜବତ କରାଯାଇଥିଲା। ଏହାଛଡ଼ା ସେଠାରୁ ଗ୍ୟାସଲାଇଟ, ଜୁଆ ପଟି ଏବଂ ଏକ ବାକ୍ସ ଜବତ କରାଯାଇଥିବା ଜଣାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

By amfnews

Related Post