Wed. Jun 10th, 2026

ଜୁଆ ଆଡ୍ଡାରେ ଚଢ଼ାଉ: ୭ ଗିରଫ, ନଗଦ ୨. ୫ ଲକ୍ଷ ଟଙ୍କା ଜବତ

206 Views

ଜୟପୁର: ବୁଧବାର ସନ୍ଧ୍ୟାରେ ଜୟପୁର ଏସ୍‌ଡିପିଓ ଜି. ବରୁଣ ଏବଂ ଏସ୍‌ଆଇ ଏମ୍‌ଡି ନାୟକ ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ଜୁଆ ଆଡ୍ଡାରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରି ନଗଦ ୨, ୪୫, ୧୨୦/- ଟଙ୍କା ଜବତ କରିଛନ୍ତି।

ଅଭିଯୁକ୍ତମାନେ ଡମପୁଟ ଠାରେ ଜୁଆ ଖେଳୁଥିବା ଅବସ୍ଥାରେ ପୁଲିସ ହାତରେ ଧରାପଡ଼ିଛନ୍ତି। ନଗଦ ଅର୍ଥ ବ୍ୟତୀତ ପୁଲିସ ଘଟଣାସ୍ଥଳରୁ CG 04LZ4447 ଏବଂ OD 10C 1144 ନମ୍ବରବିଶିଷ୍ଟ ଦୁଇଟି କାର୍‌, OD 10 0700 ନମ୍ବର ଥିବା ଗୋଟାଏ ମଟରସାଇକେଲ୍‌, ବିଭିନ୍ନ କମ୍ପାନି ନିର୍ମିତ ୯ଟି ମୋବାଇଲ୍‌ ଫୋନ୍‌, ୭ ମୁଠା ତାସ୍‌ ପ୍ୟାକେଟ୍‌, ୩ଟି ମହମବତି, ଗୋଟାଏ ମସିଣା ଏବଂ ଦୁଇ ବାକ୍ସ ଦିଆଶିଲି କାଠି ଜବତ କରିଛି।

By amfnews

Related Post