Sun. Jul 26th, 2026

ଜୀବନରୁ ମାରିଦେବାର ଧମକ ଦେଇ କାର୍‌ ଲୁଟି ନେଲେ ଦୁଇ ଯୁବକ

346 Views

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଜଣେ କାରଖାନା ମାଲିକଙ୍କୁ କେତେକ ଅସାମାଜିକ ଯୁବକ ଜୀବନରୁ ମାରିଦେବାର ଧମକ ଦେଇ କାର୍‌ ଲୁଟି ନେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେହି କାରରେ ମୋବାଇଲ ଫୋନ୍‌ ଓ ଚାରି ଲକ୍ଷ ଟଙ୍କା ଥିବା କୁହାଯାଉଛି। ପୁଲିସର ସୂଚନା ଅନୁଯାୟୀ କମଲେଶ କୁମାର ସିଂହ ସପରିବାର ନରେଲା ଅଞ୍ଚଳରେ ରହନ୍ତି। ତାଙ୍କର ଏକ ପ୍ଲାଷ୍ଟିକ କାରଖାନା ଅଛି। ରବିବାର ବିଳମ୍ବିତ ରାତିରେ ସେ ନିଜ କାର୍‌ ଚଳାଇ କାରଖାନାରୁ ଘରୁ ଫେରୁଥିଲେ।

ନରେଲାରଏଫ୍‌ ବ୍ଲକ୍‌ ନରେଲା ପାଖରେ କାର୍‌କୁ ରାସ୍ତାକଡରେ ଠିଆ କରି କମଲେଶ ପାନ ଦୋକାନକୁ ଯାଇଥିଲେ। ପାନ କିଣି କମଲେଶ କାର ପାଖକୁ ଫେରିବା ବେଳେ ହଠାତ୍‌ ଦୁଇଜଣ ଅସାମାଜିକ ଯୁବକ ତାଙ୍କୁ ଧକ୍‌କା ତାଙ୍କୁ ଧକକା ଦେଇ କାର୍‌ର ଚାବି ଝାମ୍ପି ନେଇ କାରରେ ଜବରଦସ୍ତି ବସିଯାଇଥିଲେ। କମଲେଶ ଏହାର ପ୍ରତିରୋଧ କରିବାରୁ ସେ ଦୁହେଁ ଜୀବନରୁ ମାରିଦେବାର ଧମକ ଦେଇ କାର୍‌ ନେଇ ସେଠାରୁ ଉଭାନ ହୋଇଯାଇଥିଲେ। ଏହାପରେ ପୁଲିସକୁ ସେ ସୂଚନା ଦେଇଥିଲେ। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି।

By amfnews

Related Post