Fri. Oct 16th, 2026

ଜାତୀୟ ରାଜପଥ ସେତୁରେ ଫାଟ, ବିପଦରେ ଯାତ୍ରୀ

265 Views

କୋକସରା, ଜାନୁଆରୀ ୨୩ : କୋକସରା ବ୍ଲକ୍‌ ଚିଲଗୁଡା ମୁଟ୍ରାନଦୀ ପୋଲ ଏବେ ମରଣଯନ୍ତା ପାଲଟିଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପୋଲ ମଝିରୁ ଲୁହା ରଡ଼ ସବୁ ବାହରି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ୨୬ ନମ୍ବର ଜାତୀୟ ରାଜପଥ ଭାବାନୀପାଟଣା–ଜୟପୁରକୁ ସଂଯୋଗ କରିଛି। ଗତକିଛି ମାସ ହେବ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହି ନୂତନ ପୋଲ ଦେଇ ଗାଡ଼ି ଚଳାଚଳ କରୁଛି। ତେବେ ଠିକାଦାର ଠିକ୍ ଭାବେ କାମ କରି ନଥିବାରୁ ‌ଯେ ‌କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟି ପାରେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏନେଇ କେସିଙ୍ଗା ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ମରାମତି ପାଇଁ ଠିକା ସଂସ୍ଥାକୁ ଜଣାଇ ଦିଆଯାଇଛି ବୋଲି କହିଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ସଂପୃକ୍ତ ବିଭାଗ ମରାମତି ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

By amfnews

Related Post