Thu. May 14th, 2026

ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ପୁସ୍ତିକାରେ ସ୍ୱାକ୍ଷର କଲେ ପ୍ରଧାନମନ୍ତ୍ରୀ ମୋଦୀ

289 Views

ନୂଆଦିଲ୍ଲୀ: ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଆଜି ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜପଥରେ ପହଞ୍ଚିବା ପରେ ‘ଜାତୀୟ ଯୁଦ୍ଧ ସ୍ମାରକୀ’ସ୍ଥଳକୁ ଯାଇଥିଲେ। ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାଓ୍ଵତ ମଧ୍ୟ ସେଠାକୁ ଯାଇଥିଲେ। ସ୍ମାରକୀରେ ଥିବା ‘ସେରିମନିଆଲ୍‌ ବୁକ୍‌’ରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ।

Image Courtesy of India Today

ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଜାମନଗରରୁ ଆସିଥିବା ଏକ ସ୍ୱତନ୍ତ୍ର ‘ପଗଡ଼ି’ ପରିଧାନ କରିଛନ୍ତି। ଏହି ‘ପଗଡ଼ି’ଟି ପ୍ରଥମ କରି ଗୁଜରାଟ ଅନ୍ତର୍ଗତ ଜାମନଗରର ରାଜପରିବାର ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପହାର ଦିଆଯାଇଛି।

ଏହାପରେ ପ୍ରଧାନମନ୍ତ୍ରୀ ଉତ୍ସବସ୍ଥଳ ରାଜପଥକୁ ଫେରିଥିଲେ ଏବଂ ପରେ ପରେ ସେଠାରେ ପହଞ୍ଚିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାଛୋଟି ନେଇଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

By amfnews

Related Post