Sat. Sep 5th, 2026
315 Views

ଯାଜପୁର : ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ଯାଜପୁରରୋଡ ଥାନା ବ୍ୟାସନଗର ବସ୍‌ଷ୍ଟାଣ୍ଡରେ ଥିବା ୨ଟି ବସ୍‌ ଜଳିଯାଇଛି। ଏହି ବସ୍‌ଦ୍ୱୟ ହେଲେ ‘ସୁଲୋଚନା’ ଏବଂ ‘ନିରୂପମା’। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡ ସମୟରେ ବସ୍‌ରେ କେହି ଯାତ୍ରୀ କିମ୍ବା କର୍ମଚାରୀ ନ ଥିବା ଜଣାଯାଇଛି।

ଗତକାଲି କଟକରୁ ଯାଜପୁରରୋଡ ଚାଲୁଥିବା ଏହି ଦୁଇଟି ବସ୍ ନିର୍ଦ୍ଧାରିତ ରାତିରେ ସମୟରେ ବ୍ୟାସନଗର ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଡ୍ରାଇଭର ଆଉ ହେଲପର୍ ଖାଇବାକୁ ଯାଇଥିଲେ । ହେଲେ ଉକ୍ତ ସମୟରେ କୌଣସି କାରଣରୁ ପାଖାପାଖି ଥିବା ଏହି ଦୁଇଟି ବସ୍‌ରେ ନିଆଁ ଲାଗିଯାଇଥିଲା। ଖବରପାଇ ଦମକଳବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଯାଜପୁରରୋଡ ପୁଲିସ୍‌ ଏନେଇ ତଦନ୍ତ ଜାରି ରଖିଛି। ଉକ୍ତ ସମୟରେ ଷ୍ଟାଣ୍ଡରେ ଆହୁରି ବସ୍‌ ଥିବାରୁ ଅନ୍ୟ ବସ୍‌ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ।

By amfnews

Related Post