Sat. Oct 17th, 2026
312 Views

ପାରାଦୀପ  : ପାରାଦୀପଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳିଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି। ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି  ନିଆଁ ଲିଭାଇଛନ୍ତି। ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ କିମ୍ବା ଆଞ୍ଚ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

By amfnews

Related Post