Fri. May 15th, 2026

ଜମ୍ମୁ-କଶ୍ମୀରର ସୋପର ଅଞ୍ଚଳରୁ ୮ ଆତଙ୍କବାଦୀ ଗିରଫ

344 Views

ସୋପର : ପୋଷ୍ଟ୍‍ର ପ୍ରକାଶ କରି ସ୍ଥାନୀୟ ଲୋକଙ୍କୁ ଧମକ ଦେଉଥିବା ଲସ୍କର-ଇ-ତୋଏବାର ୮ ଜଣ ଆତଙ୍କବାଦୀଙ୍କୁ ସୋମବାର ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଐଜାଜ୍‌ ମିର୍‌, ଓମାର ମିର୍‌, ତସିଫ୍‌ ନଜର, ଇମ୍‌ତିୟାଜ୍‌ ନଜର, ଓମାର ଆକ୍‌ବର, ଫୈଜାନ ଲତିଫ୍‌, ଦାନିସ ହବିବ୍‌ ଏବଂ ସୋକତ ଅହମ୍ମଦ ମିର୍‌।

ପୁଲିସ୍‌ ଏମାନଙ୍କୁ ଧରିବା ପରେ ଏମାନଙ୍କ ପାଖରୁ କମ୍ପ୍ୟୁଟର୍‌ ବ୍ୟତୀତ ପୋଷ୍ଟ୍‍ର ପ୍ରକାଶ କରିବା ପାଇଁ ଆଉ ଯାହା ସବୁ ଆବଶ୍ୟକୀୟ ସାମଗ୍ରୀ ଉଦ୍ଧାର କରିଛି। ତେବେ, ନିକଟରେ ଜମ୍ମୁ-କଶ୍ମୀରର ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଏମାନେ ସାମିଲ୍‌ ଅଛନ୍ତି କି ନାହିଁ ଜାଣିବା ପାଇଁ ପଲିସ୍‌ ତଦନ୍ତ ଆରମ୍ଭ କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସ୍ଥାନୀୟ ଅଞ୍ଚଳର ସକ୍ରିୟ ଆତଙ୍କବାଦୀ ସଜଦ ମିର୍‌, ତାଙ୍କ ସହଯୋଗୀ ହାଇଦର୍‌, ମୁଦାସିର୍‌ ପଣ୍ଡିତ୍‌ ଓ ଅସିଫ୍‌ ମକ୍‌ବଲ୍‌ ଭଟ୍ଟଙ୍କର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସହ ସଂପୃକ୍ତି ରହିଛି। ପୋଷ୍ଟର୍‌ ପ୍ରକାଶ କରି ପ୍ରଘଟ କରାଇବାରେ ବି ଏମାନେ ସାମିଲ୍‌ ଅଛନ୍ତି।

By amfnews

Related Post