Sun. May 24th, 2026

‘ଜମ୍ମୁ କଶ୍ମୀରର ବିକାଶ ପାଇଁ ଧାରା ୩୭୦ ଉଚ୍ଛେଦ କରିବା ଆବଶ୍ୟକ ଥିଲା’

151 Views

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ବିକାଶ ପାଇଁ ଧାରା ୩୭୦ ଉଚ୍ଛେଦର ଆବଶ୍ୟକ ଥିଲା। ଜମ୍ମୁ କଶ୍ମୀର ଗସ୍ତର ସ୍ଥିତି ବାବଦରେ ଜାଣିବା ପାଇଁ ଆସିଥିବା ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ ଗୁରୁବାର ଦିଲ୍ଲୀ ଫେରିବାବେଳେ ଏହା କହିଛନ୍ତି। ଜମ୍ମୁ କଶ୍ମୀରରେ ଦେଖାଯାଇଥିବା ସ୍ଥିତିକୁ ନେଇ ଅନେକ ୟୁରୋପୀୟ ସାଂସଦ ସନ୍ତୁଷ୍ଟ ନଥିଲେ। ହେଲେ ବିକାଶ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ପ୍ରତିନିଧି ଦଳ।

ଗୁରୁବାର ସକାଳେ ପ୍ରତିନିଧି ଦଳକୁ ଏକ୍ସଓ୍ୱାଇ କୋରର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ଜେ ଏସ ଢିଲନ ସୁରକ୍ଷା ବାବଦରେ ଅବଗତ କରାଇଥିଲେ। ଏହାପରେ ଜମ୍ମୁ ଗସ୍ତ କରିଥିଲା ଏବି ବେଦେଶୀ ପ୍ରତିନିଧି ଦଳ। ସେଠାରେ ପ୍ରତିନିଧି ଦଳ ଜମ୍ମୁର ଉପରାଜ୍ୟପାଳ ଜି.ଏସ ମୁର୍ମୂ, ମୁଖ୍ୟ ସଚିବ ବିବି ଆର ସୁବ୍ବୁ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଏହାବାଦ ଗୃହବନ୍ଦୀ ହୋଇଥିବା ନେତାଙ୍କ ବାବଦରେ ମଧ୍ୟ ପ୍ରଶାସନ ଦ୍ୱାରା ଅବଗତ ହୋଇଥିଲା ବିଦେଶୀ ପ୍ରତିନିଧି ଦଳ। ଏହାପରେ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କୁ ଭେଟିଥିଲେ ଏହି ବିଦେଶୀ ଟିମ୍।

ମେକ୍ସିକୋ ରାଜଦୂତ ଏଫଏସ ଲୋଟେଫନେ କହିଛନ୍ତି, ‘ଜମ୍ମୁ କଶ୍ମୀରରେ କଣ ସ୍ଥିତି ରହିଛି ସେ ବାବଦରେ ଦେଖିଲୁ। ସ୍ଥିତି ଏବେ ସୁଧୁରୁଛି। ଏହାର ଅର୍ଥ ନୁହେଁ ଏଥିରେ କୌଣସି ଅସୁବିଧା ନାହିଁ। ଏଠିକାର ପ୍ରଶାସନିକ ଅଧିକାରୀ ମଧ୍ୟ ସ୍ଥିତିରେ ସୁଧାର ଆଣିବା ପାଇଁ ଉତ୍ସୁକତା ଦେଖାଉଛନ୍ତି’।

ଡିପ୍ଲୋମାଟିକ କ୍ରପ୍ସ ଇନ୍ ଇଣ୍ଡିଆର ମୁଖ୍ୟ ଡୈନବର୍ଗ କୌସ୍ଟେଲାନୋସ କହିଛନ୍ତି, ‘ଆଜି ଆମେ ଜମ୍ମୁ କଶ୍ମୀରର ମୁଖ୍ୟ ବିଚାରପତି, ମୁଖ୍ୟ ସଚିବ ଏବଂ ଲେଫ୍ଟନେଣ୍ଟ ଗଭର୍ଣ୍ଣରଙ୍କ ସହ ବୈଠକ କରିଥିଲୁ। ଜମ୍ମୁ କଶ୍ମୀରକୁ ଆଗକୁ ନେବା ପାଇଁ ଏହି ତିନି ଅଧିକାରୀ ସମସ୍ତ ରୋଡ୍ ମ୍ୟାପ ବାବଦରେ ଅବଗତ କରାଇଛନ୍ତି’।

ଜମ୍ମୁ କଶ୍ମୀରର ବରମୁଲା, ଶ୍ରୀନଗର ଏବଂ ଜମ୍ମୁ ଗସ୍ତ କରିଥିଲା ଏହି ଟିମ୍। ସିଭିଲି ସୋସାଇଟି, ଧାର୍ମିକ ବ୍ୟକ୍ତି, ବିଭିନ୍ନ ସମୁଦାୟ, ଯୁବକ ମାନଙ୍କୁ ମଧ୍ୟ ଏହି ବିଦେଶୀ ଟିମ୍ ଭେଟିଥିବା ସୂଚନା ରହିଛି। ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରର ସ୍ଥିତି କିଭଳି ଅଛି ସାରା ବିଶ୍ୱକୁ ଅବଗତ କରାଇବା ପାଇଁ ଲକ୍ଷ୍ୟ ରଖି ବିଦେଶୀ ପ୍ରତିନିଧି ଟିମକୁ ଜମ୍ମୁ କଶ୍ମୀର ଗସ୍ତରେ ଆଣୁଛନ୍ତି ସରକାର। ଏହା ପୂର୍ବରୁ ଜାନୁଆରୀ ୧୫ରେ ବିଦେଶୀ ପ୍ରତିନିଧି ଟିମ୍ ଆସିଥିଲା।

By amfnews

Related Post