Tue. Sep 29th, 2026

ଜମ୍ମୁ ଓ କଶ୍ମୀର: ପୁଞ୍ଚ୍‌ ଜିଲ୍ଲାରେ ଖାଇକୁ ବସ୍‌ ଖସି ପଡ଼ିବାରୁ ୧୧ ମୃତ ଓ ବହୁ ଆହ

366 Views

ଶ୍ରୀନଗର, ଡିସେମ୍ବର ୮: ଶନିବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଏକ ବସ୍‌ ଦୁର୍ଘଟନାରେ ଅନ୍ୟୂନ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ କେତେକ ଯାତ୍ରୀ ଆହତ ହୋଇଛନ୍ତି।

JK02W0445 ନମ୍ବରଧାରୀ ଯାତ୍ରୀବାହୀ ବସ୍‌ଟି ଲୋରନରୁ ପୁଞ୍ଚ୍‌କୁ ଯାଉଥିବା ବେଳେ ରାସ୍ତାରୁ ବାହାରି ଯାଇ ପ୍ଲେରା ଠାରେ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ପ୍ଲେରା ଠାରୁ ପୁଞ୍ଚ୍‌ର ଦୂରତା ପ୍ରାୟ ୩୦ କିଲୋମିଟର।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଗୋଟାଏ ତୀଖା ବୁଲାଣିରେ ଚାଳକ ବସ୍‌କୁ ନିୟନ୍ତ୍ରଣ କରି ନ ପାରି ଥିବା ପରି ମନେ ହେଉଛି। ଭାଙ୍ଗିରୁଜି କଦର୍ଯ୍ୟ ହୋଇ ଯାଇଥିବା ବସ୍‌ଟି ଖାଇ ଚଟାଣର ନିକଟରେ ଥିବା ଏକ ନଈକୂଳରେ ପଡ଼ିଥିଲା।

ଚିକିତ୍ସା ନିମନ୍ତେ ଆାହତମାନଙ୍କୁ ମଣ୍ଡିସ୍ଥିତ ସବ୍‌-ଡିଷ୍ଟ୍ରିକ୍ଟ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି। ସ୍ଥାନୀୟ ଲୋକେ ଓ ପଥଚାରୀମାନେ ସହାୟତା କରିବାକୁ ଧାଇଁ ଯାଇଥିଲେ।

ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ଅଛି।

By amfnews

Related Post