Wed. Oct 14th, 2026

ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍‌ରେ ଦୁଇଟି ଗାଡ଼ି ପୋଡ଼ି ଦେଲେ ଆତଙ୍କବାଦୀ

376 Views

ଶ୍ରୀନଗର: ଶୁକ୍ରବାର ପ୍ରତ୍ୟୁଷରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଦୁଇଟି ଗାଡ଼ି ପୋଡ଼ି ପକାଇଛନ୍ତି। ରାତି ପ୍ରାୟ ୧: ୨୦ ମିନିଟ୍‌ରେ ବୋନିଗାମ୍‌ ଗାଁରେ ଘଟଣାଟି ଘଟିଛି।

ପୋଡ଼ି ଯାଇଥିବା ଗାଡ଼ି ମଧ୍ୟରୁ ଗୋଟିଏ ହେଉଛି କୁଲ୍‌ଗାମ୍‌ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଆଦିଲ୍‌ ଅହମଦ୍‌ ଗନିଙ୍କର। ଘର ବାହାରେ ତାଙ୍କ ବ୍ୟକ୍ତିଗତ ଗାଡ଼ିଟି ରଖାଯାଇଥିଲା। ଘଟଣା ସମୟରେ ସେ ଘରେ ଅନୁପସ୍ଥିତ ଥିଲେ। ଘଟଣାର ତଦନ୍ତ ଚାଲିଛି ବୋଲି ଜମ୍ମୁ ଓ କଶ୍ମୀର ପୁଲିସ କହିଛି।

By amfnews

Related Post