Sat. Aug 8th, 2026

ଜମିବାଡ଼ି ବିବାଦ ପାଇଁ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କଲା ଦେଢଶୁର

275 Views

କଟକ  : କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ମହିଳାଙ୍କ ନାଁ କାଦମ୍ୱିନୀ ବାରିକ। ତାଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଅଣାଯାଇଛି।

ଅଭିଯୁକ୍ତଙ୍କ ନାଁ ଗଣେଶ୍ୱର ବାରିକ। ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ କାଦମ୍ୱିନୀ ଘରେ ଏକୁଟିଆ ଥିବା ଦେଖି ଗଣେଶ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। କାଦମ୍ବିନୀଙ୍କ ମୁହଁ ଓ ବେକରେ ଆଘାତ ଲାଗିଛି। ଗଣେଶ ଫେରାର ହୋଇଯାଇଛନ୍ତି।

ଜମିବାଡ଼ିକୁ ନେଇ ଗଣେଶ ଓ ତାଙ୍କ ସାନ ଭାଇ ଯୋଗେଶ୍ୱରଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଧରାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post