Wed. Sep 9th, 2026

ଜମିବାଡ଼ି ବିବାଦରୁ ବଡ଼ ଭାଇର ଭୁଜାଲି ମାଡ଼ରେ ସାନ ଭାଇର ମୃତ୍ୟୁ

311 Views

ସୋର : ଜମିବାଡ଼ି ବିବାଦରୁ ବଡ଼ ଭାଇର ଭୁଜାଲି ଚୋଟରେ ସାନ ଭାଇର  ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।| ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବରୋଦା ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ବଡ଼ଭାଇ କୈଳାସ ମାଝି ଭୁଜାଲି ମାଡ଼ରେ ସାନ ଭାଇ ସୁରେଶ ମାଝିର ମୃତ୍ୟୁ ହୋଇଛି।କିଛି ଦିନ ଧରି ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା ।

ଆଜି ସକାଳେ ସାନ ଭାଇର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିବା ନେଇ ଘର କରିବା ପାଇଁ ଜାଗାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଏଥିରେ ବଡ ଭାଇ କୈଳାସ ମାଝି ସାନ ଭାଇ ସୁରେଶ ମାଝିକୁ ଭୁଜାଲିରେ ଆକ୍ରମଣ କରିଥିଲେ ।ରକ୍ତ ଜୁଡୁବୁଡ଼ ଅବସ୍ଥାରେ ଭଦ୍ରକ ମେଡ଼ିକାଲକୁ ନେଇଥିଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶର ମୃତ୍ୟୁ ଘଟିଥିବା ଜଣାଯାଇଛି ।

Image result for bhujali

ଏନେଇ ସିମୁଳିଆ ଥାନାରେ ମୃତ ସୁରେଶର ସ୍ତ୍ରୀ ସବିତା  ଏତଲା ଦେଇଥିଲେ। ଏଣେ ହତ୍ୟାକାଣ୍ଡ ଘଟାଇବାପରେ ଅଭିଯୁକ୍ତ କୈଳାସ ମାଝି ଏବଂ ତାର ଦୁଇ ପୁଅ ହେମନ୍ତ ଏବଂ ସୁଶାନ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।  ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ଏବେ ପୁଲିସ ଥାନାରେ ଅଭିଯୁକ୍ତ କୈଳାସ ମାଝି ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ଝିଅ ସବିତାକୁ ଅଟକ ରଖାଯାଇଥିବା ଜଣାଯାଇଛି।

By amfnews

Related Post