Fri. Jul 3rd, 2026

ଜମିଜମା ବିବାଦ: ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହାଛଡ଼ ଭର୍ତ୍ତି କଲେ ସମ୍ପର୍କୀୟ

279 Views

ଜଳପାଇଗୁଡ଼ି: ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାରେ ଜମିଜମା ସଂକ୍ରାନ୍ତ ପାରିବାରିକ ବିବାଦ ଯୋଗୁଁ ରାଗି ଯାଇ ଜଣେ ଲୋକ ସେ ପରିବାରର ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କ ଯୌନାଙ୍ଗରେ ଲୁହାଛଡ଼ ଭର୍ତ୍ତି କରିଦେଇଥିବା କଥା ରବିବାର ଦିନ ପୁଲିସ କହିଛି।

ପୀଡ଼ିତା ମହିଳାଙ୍କୁ ଜଳପାଇଗୁଡ଼ି ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି।

ପୁଲିସ କହିଛି ଯେ ଜଳପାଇଗୁଡ଼ି ପୀଡ଼ିତାଙ୍କ ସହ ଶନିବାର ରାତିରେ ଦୁଷ୍କର୍ମ କରାଯାଇଥିଲା। ଧୂପଗୁଡ଼ି ଥାନା ଅନ୍ତର୍ଗତ ନିରଞ୍ଜନ ପତ ଅଞ୍ଚଳରେ ଉକ୍ତ ମହିଳାଙ୍କ ଘର ନିକଟରେ ଥିବା ଏକ ଜଳାଶୟ ନିକଟରେ ସେ ସମ୍ପର୍କୀୟଜଣକ ତାଙ୍କ ସହ ଦୁର୍ଷ୍କମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଜମି ବିବାଦ ତୁଟାଇବା ବାହାନାରେ ଅଭିଯୁକ୍ତ ମହିଳାଙ୍କୁ ପଦାକୁ ଡାକିଥିଲେ। ସେ ଯିବାରୁ ତାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହାଛଡ଼ ପୂରାଇ ନିର୍ଯାତନା ଦେଇଥିବା କଥା ପୀଡ଼ିତା ଅଭିଯୋଗ କରୁଛନ୍ତି।

ଅଭିଯୁକ୍ତଙ୍କ ସହ ଅନ୍ୟ ଜଣେ ଥିଲେ, କିନ୍ତୁ ସେ ଦୁଷ୍କର୍ମ କରି ନାହାନ୍ତି ବୋଲି ମହିଳାଜଣକ କହିଛନ୍ତି।

ପୁଲିସ କହିଛି, ଜଣେ ରିକ୍ସାବାଲା ମହିଳାଙ୍କୁ ଦେଖି ଘରକୁ ନେଇଥିଲା।

ରବିବାର ସକାଳେ ପୀଡ଼ିତା ମହିଳାଙ୍କୁ ଧୂପଗୁଡ଼ି ଡାକ୍ତରଖାନାକୁ ନିଆଯିବା ପରେ ସେଠାରୁ ପୁଣି ଜଳପାଇଗୁଡ଼ି ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଘଟନା ସମୟରେ ମହିଳାଙ୍କ ସ୍ୱାମୀ ଘରେ ଉପସ୍ଥିତ ନ ଥିଲେ।

ଅଭିଯୁକ୍ତ ଆତ୍ମୀୟ ଏବଂ ତାଙ୍କ ସାଥୀଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଥିବା କଥା ପୁଲିସ କହିଛି।

By amfnews

Related Post