Thu. Jul 23rd, 2026

ଜଣେ ବିଧାୟିକାଙ୍କୁ ନମସ୍କାର ନ କରିବା ନେଇ ବିବାଦରେ ଦୁଇ ପୁଲିସ ସବଇନସ୍ପେକ୍ଟର

217 Views

ବିଜନୋର: ଜଣେ ବିଧାୟିକାଙ୍କୁ ନମସ୍କାର ନ କରିବା ଏବଂ ସମ୍ମାନ ନ ଦେବା କାରଣରୁ ଦୁଇ ପୁଲିସ ଅଧିକାରୀ ଏବେ ବିବାଦରେ ଫସିଛନ୍ତି। ଖାଲି ସେତିକି ନୁହେଁ, ଉକ୍ତ ଦୁଇ ପୁଲିସ ଅଧିକାରୀଙ୍କୁ ଏସ ପି ସଂଜୀବ ତ୍ୟାଗୀ ଲାଇନରେ ହାଜର କରିବା ନିର୍ଦ୍ଦେଶ ବି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଚାନ୍ଦପୁର ବିଜେପି ବିଧାୟିକା ବିଧାୟିକା କମଲେଶ ସୈନିଙ୍କ ଅଭିଯୋଗ କ୍ରମେ ଏସ ପି ସଂଜୀବ ତ୍ୟାଗୀ ଦୁଇ ପୁଲିସ ଅଧିକାରୀ ଗଜେନ୍ଦ୍ର ସିଂ ଏବଂ ଜୟବୀର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ଜନ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ଚାନ୍ଦପୁର ଥାନାର ଦୁଇ ପୁଲିସ ଅଧିକାରୀ ଗଜେନ୍ଦ୍ର ସିଂ ଏବଂ ଜୟବୀର ମାନ ଏକ କାର୍ଯ୍ୟକ୍ରମରେ ସାମିଲ ଥିଲେ ।ଏହି ସମୟରେ ଚାନ୍ଦପୁରର ବିଜେପି ବିଧାୟିକା କମଲେଶ ସୈନି ସେଠାରେ ଉପସ୍ଥିତ ଥିଲେ ।ତାଙ୍କର ଅଭିଯୋଗ ଯେ, ତାଙ୍କୁ ଦେଖି ଏହି ଦୁଇ ପୁଲିସ ସବ-ଇନସ୍ପେକ୍ଟର ନିଜ ଆସନରୁ ଉଠିନଥିଲେ କି ବିଧାୟିକାଙ୍କୁ ନମସ୍କାର କରିନଥିଲେ ।

ଏହି ଘଟଣା ବିଧାୟିକାଙ୍କୁ ଖୁବ୍ ଅପମାନିତ ବୋଧ କରିଥିଲା ସେ ଏନେଇ ଅଭିଯୋଗ କରିବାପରେ ବିଜନୋର ଏସ ପି ଗଜେନ୍ଦ୍ର ସିଂ ଏବଂ ଜୟବୀର ମାନଙ୍କୁ ଲାଇନରେ ହାଜର କରିବା ସହ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ସେମାନଙ୍କ ଉପରେ ଏଥିନେଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ଲେଖି ଜଣାଇବା ପାଇଁ ବି ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାଯାଇଛି।

By amfnews

Related Post