Fri. Jul 3rd, 2026

ଜଙ୍ଗଲରୁ ଉତ୍ତମଙ୍କ ମୃତଦେହ ଉଦ୍ଧାର

219 Views

ନୀଳଗିରି : ବାଲେଶ୍ୱର ଜିଲ୍ଲା ସଜନାଗଡ଼ ନିକଟ ତିନିକୋଶିଆ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଉତ୍ତମ ଦେହୁରୀ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା କାଲାଡ଼ାହି ଗାଁରେ।

ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ଏକ ବାଇକ୍ ଓ ଆଧାର କାର୍ଡକୁ ପୁଲିସ୍‌ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ପୁଲିସ୍‌ ଘଟଣାର ତଦନ୍ତ ଚଲାଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ମଧ୍ୟ ଏହି ଜଙ୍ଗଲରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଥିଲା। ତେଣୁ ଆଜି ଏଠାରୁ ଆଉ ଏକ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

By amfnews

Related Post