Thu. Jul 2nd, 2026

ଜଗତସିଂହପୁରରେ ୩ଟି ଗୋରୁ ବୋଝେଇ ଭ୍ୟାନ୍ ଜବତ, ୫ ଅଟକ

260 Views

ଜଗତସିଂହପୁର: ବାଲେଶ୍ବର, ଭଦ୍ରକ ପରେ ଜଗତସିଂହପୁରରେ ଆଜି ସକାଳେ ୩ଟି ଗୋରୁ ବୋଝେଇ ଭ୍ୟାନ୍ ଜବତ ହୋଇଥିବା ଜଣାଯାଇଛି। ଏଥିରୁ ୧୫ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଏହି ମାମଲାରେ , ୫ଜଣଙ୍କୁ ଅଟକ ରଖାଯାଇଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜଗତସିଂହପୁର ସଦର ଥାନା ପୁଲିସ କୌଣସି ବିଶେଷ ସୂତ୍ରରୁ ଗୋଚାଲାଣ ହେଉଥିବା ଖବର ପାଇଥିଲେ। ଏହାପରେ ପୁଲିସ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳ ରାସ୍ତା କାଠପୋଲ ନିକଟରେ ଚଢାଉ କରାଯାଇଥିଲା। ପୁଲିସ ତିନୋଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଥିଲା । ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି ।

ଅଟକ ଚାଲାଣକାରୀମାନେ ନିଆଳିରୁ ତିନୋଟି ଭ୍ୟାନରେ ୧୫ଟି ଗୋରୁ ନେଇ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଜଣାପଡ଼ିଛି । ବାଲେଶ୍ବର, ଭଦ୍ରକ ବାଟ ଦେଇ ବାରମ୍ବାର ଗୋରୁ ବୋଝେଇ ଭ୍ୟାନ୍ ଜବତ ହେଉଥିବା ଯୋଗୁଁ ଏହି ନୂଆ ବାଟଦେଇ ଗୋଚାଲାଣ କରାଯିବାର ଯୋଜନା ହୋଇଥିବା କୁହାଯାଉଛି। ପୁଲିସ ଘଟଣା ସଂପର୍କରେ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

By amfnews

Related Post