Thu. Jun 4th, 2026

ଛେଣ୍ଡିପଦା ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ୬ଲକ୍ଷ ଟଙ୍କା, ସୁନାହାର , କାନଫୁଲ ଓ ମୁଦି

180 Views

ଛେଣ୍ଡିପଦା

: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଡକାୟତି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁର ପ୍ରମୋଦ ମହାପାତ୍ର(୪୯)ଙ୍କ ଘରୁ ରାତି ଅଧରେ ଡକାୟତି ହୋଇଛି। ଘରେ ସମସ୍ତଙ୍କୁ ତାଲା ପକାଇ ଟଙ୍କା, ସୁନା ଓ ରୁପା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ଡକାୟତ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଘର ପ୍ରମୋଦ ମହାପାତ୍ରଙ୍କ ପୁଅ ପତିତପାବନ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି।

Image result for chhendipada police station
ସୂଚନାଯୋଗ୍ୟ ପ୍ରମୋଦ ମହାପାତ୍ର ନିଜ ଝିଅର ବାହାଘର କରିବାକୁ ଘରେ ୬ ଲକ୍ଷ ଟଙ୍କା,୩ଟି ସୁନାହାର , ୨ଟାସୁନା ଚେନ୍, ୩ ହଳ କାନଫୁଲ, ୬ଟା ମୁଦି,୨ଟି ହାର ଆଦି ରଖିଥିଲେ। ୭ଜଣ ମୁଖାଧାରୀ ଡକାୟତମାନେ ହାତରେ ବନ୍ଧୁକ, ଖଣ୍ଡା ଓ ଭୁଜାଲି ଧରି ଗତକାଲି ରାତି ୨ଟା ସମୟରେ ଘରର ଲାଇନ୍ କାଟି ଦେଇ ଛାତବାଟେ ଘର ଭିତରକୁ ପଶିଥିଲେ। ସେମାନେ ଘରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ବନ୍ଦ କରି ଆଲମାରିରେ ଥିବା ସମସ୍ତ ସୁନାଗହଣା ଏବଂ ଟଙ୍କା ନେଇଯାଇଥିଲେ।

ତେବେ ପତିତପାବନ ସେମାନଙ୍କୁ ବାଧା ଦେବାରୁ ଜଣେ ଡକାୟତ ତାଙ୍କ ହାତକୁ ଖଣ୍ଡାରେ ହାଣି ଦେଇଥିଲେ। ସକାଳେ ଏନେଇ ଛେଣ୍ଡିପଦା ଥାନାରେ ଏତଲା ଦେଇଛନ୍ତି ପ୍ରମୋଦ ମହାପାତ୍ର। ଏହାପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ଏ ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି।

By amfnews

Related Post