Thu. May 14th, 2026

ଛିଡ଼ା ହୋଇଥିବା ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ, ଆରଜଣକ ଫେରାର୍

197 Views

ନୂଆପଡ଼ା  : ଗତକାଲି ବିଳମ୍ବିତ ରାତ୍ରିରେ ନୂଆପଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ଘଟଣାସ୍ଥଳରେ ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ ଟା ସମୟରେ ଲଖନା ଥାନା ଅନ୍ତର୍ଗତ କୁରୁମପୁରୀଠାରେ ରାସ୍ତାକଡ଼ରେ ଏକ ଟ୍ରକ୍ (ଏପି ୩୧ ଟିଏସ୍  ୭୬୯୭) ଛିଡ଼ା ହୋଇ ରହିଥିଲା। ସେହି ସମୟରେ ସାମ୍ନା ପଟୁ ଅନ୍ୟ ଏକ ଟ୍ରକ୍ (ସିଜି୦୬ ଜିଇ ୫୫୧୯) ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା। ଏହାଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

ଏଥିରେ ଛିଡ଼ା ହୋଇଥିବା ଟ୍ରକ୍ର ଚାଳକଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ମୃତକଙ୍କ ନାମ ପ୍ରେମଚାନ୍ଦ ସିଂହ ବୋଲି ଜଣାଯାଇଛି। ତାଙ୍କ ଘର ମଧ୍ୟପ୍ରଦେଶର ବାଘେୟରେ ବୋଲି ସୂଚନା ମିଳିଛି। ଏଣେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ କିନ୍ତୁ ଫେରାର୍ ହୋଇଯାଇଛନ୍ତି। ତାଙ୍କର ପରିଚୟ ମିଳି ନାହିଁ। ଖବର ପାଇ ଲଖନା ଥାନା ଅଧିକାରୀ ତପନ ଦାସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରୁଥିବା ଜଣାଯାଇଛି।

By amfnews

Related Post