Sat. Jul 4th, 2026

ଛାତ୍ରୀ ସହ ବାରମ୍ବାର ଦୁଷ୍କର୍ମ କରିଥିବା ଟ୍ୟୁସନ ଶିକ୍ଷକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

254 Views

ନୂଆଦିଲ୍ଲୀ: ଦିଲ୍ଲୀର ତିସହଜାରି କୋର୍ଟ ଜଣେ ଛାତ୍ରୀ ସହ ବାରମ୍ବାର ଦୁଷ୍କର୍ମ କରିଥିବା ଟ୍ୟୁସନ ଶିକ୍ଷକକୁ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତ ରୋହନ କୁମାରକୁ ଛାତ୍ରୀ ସହିତ ବାରମ୍ବାର ଦୁଷ୍କର୍ମ କରିବା, ତାକୁ ଧମକଚମକ ଦେବା ଏବଂ ତା’ଙ୍କୁ ବଦନାମ କରିବା ମାମଲାର ଶୁଣାଣି କରି ୨୦ ବର୍ଷ ଜେଲଦଣ୍ଡ, ୫୨ ହଜାର ଟଙ୍କା ଜରିମାନା ଓ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୭ରେ ଏହି ଘଟଣା ଘଟିଥିଲା।

ସୂଚନାଯୋଗ୍ୟ ରୋହନ କୁମାର ବାପା ମାଆ ଘରେ ନଥିବା ବେଳେ ପୀଡ଼ିତା ଛାତ୍ରୀଙ୍କ ଘରକୁ ପଢ଼ାଇବାକୁ ଆସୁଥିଲା । ଅଭିଯୋଗ ଅନୁସାରେ ଟ୍ୟୁସନ ଶିକ୍ଷକ ଉକ୍ତ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲା। ସେ ସେହି ସମୟର ଫଟୋ ମଧ୍ୟ ଉଠାଇଥିଲା ।

ଦୁଷ୍କର୍ମର ଶିକାର ହେବା ପରେ ଛାତ୍ରୀଜଣକ  ନିଜ ମା’ଙ୍କୁ ସବୁ କଥା କହିଥିଲେ । କିନ୍ତୁ ବଦନାମ ହେବା ଆଶଙ୍କାରେ ଥାନାରେ ଏତଲା ଦେଇନଥିଲେ। ପରେ ପୀଡ଼ିତାଙ୍କର ମାଆଙ୍କୁ ରୋହନ ଆକ୍ରମଣ କରିଥିଲା। ସେତେବେଳେ ପୁଲିସ ରୋହନ କୁମାରକୁ ଗିରଫ କରିଥିଲା।

By amfnews

Related Post