Sat. Aug 15th, 2026

ଛାତ୍ରଙ୍କୁ ମାଡ଼ମରା ଘଟଣା: ୩ଜଣଙ୍କୁ ଧରିଲା ପୁଲିସ୍‌

245 Views

ସମ୍ବଲପୁର : ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ଗତକାଲି ପୁଲିସ୍‌ ଧରି ଜୁଭେନାଇଲ କୋର୍ଟରେ ହାଜର କରିଥିଲା। ଏହାପରେ ସେମାନଙ୍କୁ ସର୍ତ୍ତମୂଳକ ଭାବେ ଛଡ଼ାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି। ତାକୁ ଧରିବାକୁ ତନାଘନା ଜାରି ରହିଛି।

ସେପଟେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

ପ୍ରକାଶ ଥାଉକି, ଗତ ଶନିବାର ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲ୍ ହଷ୍ଟେଲ୍‌ରେ ଜଣେ ଛାତ୍ରଙ୍କୁ ଦ୍ୱିତୀୟ ବର୍ଷର ୪ ଜଣ ଛାତ୍ର ନିସ୍ତୁକ ମାଡ଼ ମାରିଥିଲେ।  ଆକ୍ରମଣର ଶିକାର ହୋଇଥିବା ଛାତ୍ର ଏ ସମ୍ପର୍କରେ ଅନ୍ୟ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ କହି ଦେଇଥିଲେ। ଏହା ଶୁଣିବା ପରେ  ପୁଣିଥରେ ଉକ୍ତ ୪ ଜଣ ଛାତ୍ର ଆସି ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ପ୍ରଥମ ବର୍ଷ ଛାତ୍ର ଜଣକ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ।

By amfnews

Related Post