Thu. May 14th, 2026

ଛତୁ ତରକାରି ଖାଇ ଚାରିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

217 Views

ଆଠଗଡ଼   :  ଛତୁ ତରକାରି ଖାଇଥିବା କାରଣରୁ ମଙ୍ଗଳବାର ସନ୍ଧ୍ୟାବେଳେ ଉତ୍ତରବାଙ୍କୀ ଅନ୍ତର୍ଗତ ଘୋଡ଼ାବର ଗ୍ରାମରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ଛତୁଗୁଡ଼ିକ ବିଷାକ୍ତ ବୋଲି କୁହାଯାଉଛି। ସେମାନେ ହେଉଛନ୍ତି କଣ୍ଡୁରୀ ନାଏକ, ତାଙ୍କ ପତ୍ନୀ ମିନି, ସେମାନଙ୍କ ବୋହୂ ସୁଜାତା ଓ ଅଢ଼େଇ ବର୍ଷୀୟ ନାତୁଣୀ ନମିତା। ୬୦ ବର୍ଷିୟ କଣ୍ଡୁରୀ ନାଏକ ସ୍ଥାନୀୟ ଜଙ୍ଗଲିଆ ଅଞ୍ଚଳରୁ କିଛି କାଠଛତୁ ଭଳି ଛତୁ ଘରକୁ ନେଇଥିଲେ। ସେ ଛତୁକୁ ତିଅଣ ରାନ୍ଧି ସପରିବାର ମଧ୍ୟାହ୍ନ ଭୋଜନରେ ଖାଇଥିଲେ। ସନ୍ଧ୍ୟା ଆଡ଼କୁ ଛତୁ ତରକାରି ଖାଇଥିବା ପରିବାରର ସଦସ୍ୟମାନଙ୍କର ମୁଣ୍ଡ ବୁଲା ସଙ୍ଗକୁ ବାନ୍ତି ହୋଇଥିଲା। ୧୦୮ ଆମ୍ବୁଲାନ୍‌ସ୍‌ ଡକାଯାଇ ତୁରନ୍ତ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

By amfnews

Related Post