Thu. Sep 3rd, 2026

ଛତୁ ଖୋଜୁଥିଲେ, କଚାଡି ଦେଲା ହାତୀ

327 Views

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ବିମଳା ବଳଭଦ୍ରପୁର ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।  ମୃତା ବୃଦ୍ଧାଙ୍କ ନାଁ ଦୁଲଣଆ ସାହୁ।

ଆଜି ଭୋରରୁ ବୃଦ୍ଧା ଜଣଙ୍କ ଗାଁର କିଛି ମହିଳାଙ୍କ ସହିତ ନାଗେଶ୍ୱର ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ଏହି ଜଙ୍ଗଲଟି ଢେଙ୍କାନାଳ ବନଖଣ୍ଡ ଅଧୀନ ଅଙ୍ଗାରପଦାରେ ଥିବା ବେଳେ ତାହା ତାଙ୍କ ଗାଁକୁ ଲାଗି କରି ରହିଛି। ଛତୁ ଖୋଜିବା ବେଳେ ବୃଦ୍ଧା ଜଣଙ୍କ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।

ହାତୀଟି ତାଙ୍କୁ କଚାଡି ଦେଇଥିଲା। ଅନ୍ୟ ମହିଳାମାନେ ଜୋରରେ ପାଟି କରିବାରୁ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିଲା। ଢେଙ୍କାନାଳ ବନଖଣ୍ଡର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

By amfnews

Related Post