Wed. Sep 2nd, 2026

ଛଅ ବର୍ଷର ଝିଅକୁ ଗାଁ ମୁଖିଆ ଦୁଷ୍କର୍ମ କରିଥିବା ଅଭିଯୋଗ

256 Views

ଆସିକା : ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳରେ ଏକ ଛଅ ବର୍ଷର ଝିଅକୁ ଗାଁ ମୁଖିଆ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଝିଅର ମା’ ଗତକାଲି ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଗାଁ ମୁଖିଆ ମୃତ୍ୟୁଞ୍ଜୟ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଉକ୍ତ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଗାଁ ମୁଖିଆ ଗତ ମଙ୍ଗଳବାର ଦୁଷ୍କର୍ମ କରିଥିଲେ। ଏନେଇ ସେ ଥାନାକୁ ଅଭିଯୋଗ କରିବାକୁ ଯିବାରୁ ଗାଁ ମୁଖିଆ ଲୋକ ପଠାଇ ଏପରି ନ କରିବାକୁ କହିଥିଲେ।

ଝିଅଟିର ମା’ କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ଝିଅକୁ ନ୍ୟାୟ ଦରକାର। ଗାଁ ମୁଖିଆଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

By amfnews

Related Post