Fri. Apr 24th, 2026

ଚୋରା ଚାଲାଣ ବେଳେ ୫୦୦ କଇଁଛ ଉଦ୍ଧାର

185 Views

ବିଜୟୱାଡା  : ବିଦେଶକୁ ଚୋରା ଚାଲାଣ ହେଉଥିବାବେଳେ ୫୦୦ କଇଁଛଙ୍କ ଉଦ୍ଧାର କରିଛି ଡିଆରଆଇ(ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ) | ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଜୟୱାଡା ରେଳଷ୍ଟେସନରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ତାହାକୁ ପଚରାଉଚୁରା କରାଯାଉଛି ମିଳିଥିବା ସୂଚନା ମୁତାବକ ବିରଳ ଭାରତୀୟ ଷ୍ଟାର କଇଁଛ ଚାଲାଣ ହେଉଥିବାର ଖବର ଡିଆରଆଇ ପାଖରେ ପହଞ୍ଚିଥିଲା ଏହି କଇଁଛମାନଙ୍କୁ ଅହମ୍ମଦାବାଦ ପଠାଯାଉଥିବାବେଳେ ସେଠାରୁ ସମୁଦ୍ର ଯୋଗେ ବିଦେଶକୁ ପଠାଯାଇଥାନ୍ତା |

ବିଜୟୱାଡାରୁ ନବଜୀବନ ଏକ୍ସପ୍ରେସରେ ଏହି କଇଁଛକୁ ଚାଲାଣ କରାଯାଉଥିବାବେଳେ ବେଶ ଚତୁରତାର ସହ ବ୍ୟକ୍ତି ଜଣକ କଇଁଛଙ୍କୁ ନେଉଥିଲା | ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ କଇଁଛମାନଙ୍କୁ ଚାଲାଣ କରାଯିବ ବେଆଇନ ହୋଇଥିବାବେଳେ ଅନ୍ତର୍ଜାତୀୟ ବଜାରରେ ଏହି କଇଁଛର ଚାହିଦା ରହିଛି |

ତେବେ ଅଭିଯୁକ୍ତ ଜଣକ ନିଜ ବ୍ୟାଗରେ ପୋଷାକ ଭିତରେ ଏତେ ସଂଖ୍ୟକ କଇଁଛ ନେଉଥିବାବେଳେ ଏହି ବେପାର ପଛରେ ଆଉ କାହାର ହାତ ରହିଛି ଏବେ ତାହାର ତଦନ୍ତ ଚାଲିଛି | ପୂର୍ବରୁ ମଧ୍ୟ ବିଜୟୱାଡାରୁ ୧ ହଜାର କଇଁଛଙ୍କୁ ଚୋରା ଚାଲାଣ କରାଯାଉଥିବାବେଳେ ୩ ଜଣ ଧରାପଡ଼ିଥିଲେ |

By amfnews

Related Post