Tue. Oct 13th, 2026

ଚୋରା ବନ୍ଧୁକ ବ୍ୟବସାୟୀ ଗିରଫ, ବନ୍ଧୁକ ଜବତ

334 Views

ଭୁବନେଶ୍ବର , ୧ ଜାନୁଆରୀ : ଚୋରା ବନ୍ଧୁକ କାରବାର ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ ଜବତ କରିଛି। ସେ ହେଲା ବିହାରର ମୁସ୍ତାକ ଆଲାମ୍‌(୩୬)। ଏଠାରେ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ରହୁଥିଲା। କିଛିମାସ ହେବ ମୁସ୍ତାକ ବିହାରରୁ ବନ୍ଧୁକ ଆଣି ରାଜଧାନୀରେ ବିକ୍ରି କରୁଥିଲା।

ତେବେ ସୋମବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ଜଣେ ଗ୍ରାହକକୁ ବନ୍ଧୁକ ବିକ୍ରି ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସର ଏକ ଟିମ୍‌ ସାଦା ପୋଷାକରେ ତାର ଗତିବିଧି ଉପରେ ନଜର ରଖିଥିଲା। ମୁସ୍ତାକକୁ ସନ୍ଦେହଜନକ ଅବସ୍ଥାରେ ଦେଖି ପୁଲିସ ତା ପାଖକୁ ଯାଇଥି‌ଲା। ମାତ୍ର ପୁଲିସ ଗାଡ଼ି ଦେଖି ସେ ଫେରାର୍‌ ଉଦ୍ୟମ କରିଥିଲା। ହେଲେ ପୁଲିସ ତାକୁ ଗିରଫ କରି ଯାଞ୍ଚ କରିବା ବେଳେ ତା’ଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

By amfnews

Related Post