Fri. Sep 4th, 2026

ଚୀନ୍‌ର କେମିକାଲ୍‌ ପ୍ଲାଣ୍ଟ୍‌ ନିକଟରେ ବିସ୍ଫୋରଣ ଯୋଗୁଁ ୨୨ ମୃତ; ୨୨ ଆହତ: ୫୦ ଗାଡ଼ି ପୋଡ଼ି

275 Views

ସିଜିଆଝୁଆଙ୍ଗ୍‌, ନଭେମ୍ବର ୨୮: ବୁଧବାର ପ୍ରତ୍ୟୁଷରେ ଉତ୍ତର ଚୀନ୍‌ର ହେବେଇ ପ୍ରଦେଶ ଅନ୍ତର୍ଗତ ଝାଙ୍ଗ୍‌ଜିଆକୌ ସହରରେ ଥିବା ଏକ ରାସାୟନିକ କାରଖାନା ନିକଟରେ ବିସ୍ଫୋରଣ ଘଟିବା ଯୋଗୁଁ ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨୨ ଜଣ ଆହତ ହୋଇଥିବା କଥା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି।

ସ୍ଥାନୀୟ ସମୟ ରାତି ୦: ୪୦ ସମୟରେ ହେବେଇ ସେଙ୍ଘୁଆ କେମିକାଲ୍‌ ଇଣ୍ଡଷ୍ଟ୍ରି କୋ. ଲିମିଟେଡ୍‌ ନିକଟରେ ଏହି ବିସ୍ଫୋରଣ ଘଟିଛି।
ବିସ୍ଫୋରଣ ଯୋଗୁଁ ଘଟିଥିବା ଅଗ୍ନିକାଣ୍ଡରେ ୩୮ଟି ଟ୍ରକ୍‌ ଏବଂ ୧୨ଟି ଅନ୍ୟ ଗାଡ଼ି ପୋଡ଼ି ଯାଇଥିବା କଥା ଜଣାପଡ଼ିଛି।

ଦମକଳବାହିନୀ ଘଟନାସ୍ଥଳରେ କାର୍ଯ୍ୟରତ ଥିବାରୁ ପୋଡ଼ି ଅଙ୍ଗାର ହୋଇଯାଇଥିବା ଟ୍ରକ୍‌ ଆଦି ଗାଡ଼ିର ଅଂଶ ବିଶେଷ ସବୁ ରାସ୍ତାର ଏଣେ ତେଣେ ପଡ଼ିଛି।

ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଦୁର୍ଘଟନାସ୍ଥଳରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିବା ସହ ଘଟନାର ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ଚୀନ୍‌ ପ୍ରଚାର ବିଭାଗ କହିଛି।

By amfnews

Related Post