Fri. May 15th, 2026

ଚୀନ୍‌ରେ ୩୫୦ କୋଟି ଟଙ୍କା ବ୍ୟବସାୟ କରିବ ‘ଅନ୍ଧାଧୁନ୍‌’!

257 Views

ମୁମ୍ବାଇ: ଆୟୁଷ୍ମାନ୍‌ ଖୁରାନା ଓ ତବୁଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଅନ୍ଧାଧୁନ୍‌’ ଚୀନରେ ବକ୍ସ ଅଫିସରେ ବି ଧମାଲ୍‌ କରୁଛି। ମିଳିଥିବା ସୂଚନା ଅନୁଯାୟୀ ‘ଅନ୍ଧାଧୁନ୍‌’ ରିଲିଜ୍‌ ହେବାର ଦୁଇ ସପ୍ତାହ ମଧ୍ୟରେ ୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିସାରିଛି। ଏହା ୨୦୮ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି। ଏହିପରି ଭାବେ ‘ଅନ୍ଧାଧୁନ୍‌’ ଚୀନରେ ସର୍ବାଧିକ ବ୍ୟବସାୟ କରିଥିବା ପଞ୍ଚମ ଭାରତୀୟ ସିନେମାଭାବେ ବବେଚିିତ ହୋଇଛି। ଆଶା କରାଯାଉଛି କି ଏହି ସିନେମା ସର୍ବମୋଟ୍‌ ୩୫୦ କୋଟି ଟଙ୍କାର ବ୍ୟବସାୟ କରିବ।

ଏଠାରେ ସୂଚନା ଯୋଗ୍ୟ ଯେ ‘ଅନ୍ଧାଧୁନ୍‌’ ଚୀନ୍‌ରେ ‘ପିଆନୋ ପ୍ଲେଆର୍‌’ ଟାଇଟଲ୍‌ରେ ରିଲିଜ୍‌ ହୋଇଛି। ଏହି ଫିଲ୍ମର ସଫଳତାର ଶ୍ରେୟ ଅଭିନେତା ଆୟୁଷ୍ମାନ୍‌ ଖୁରାନା ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍‌ଙ୍କୁ ଦେଇଛନ୍ତି। ଏହି ସିନେମା ୨୦୧୮ରେ ଭାରତରେ ରିଲିଜ୍‌ ହୋଇଥିଲା। ଏଥିରେ ଜଣାଶୁଣା ଅଭିନେତ୍ରୀ ରାଧିକା ଆପ୍‌ଟେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଅପରପକ୍ଷରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍‌ କହିଛନ୍ତି ଯେ ଏତେ ଛୋଟ ସିନେମାକୁ ଏତେ ଅଧିକ ସଫଳତା ପାଇବ ବୋଲି ସେ କଳ୍ପନା କରି ନ ଥିଲେ। ଏହି ସିନେମା ଭାରତୀୟ ବକ୍ସ ଅଫିସରେ ବି ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।

By amfnews

Related Post