Thu. Sep 24th, 2026

ଚିପ୍‌ସ ବୋଝେଇ ହାଇଓ୍ଵା ଓଲଟିଲା

353 Views

ଅମ୍ବାଭୋନା: ଅମ୍ବାଭୋନା ଥାନା ସାହ୍ଲେପାଲି ଗାଁ ଆମ୍ବବୁରେଇ ପଡ଼ାରେ ଏକ ଚିପ୍‌ସ ବୋଝଇ ହାଇଓ୍ଵା ଓଲଟି ପଡ଼ିଥିଲା। ତେବେ ସୌଭାଗ୍ୟ ବଶତଃ ପାଖରେ ଥିବା ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର୍‌ ସଂସ୍ପର୍ଶରେ ନ ଆସିବାରୁ ଗାଡ଼ିର ଚାଳକ ଓ ଖଲାସିଙ୍କ ସହ ଉକ୍ତ ରାସ୍ତାରେ ଯାଉଥିବା ବାଟୋଇମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ଏକ ନମ୍ବରବିହୀନ ଡମ୍ପର ଛତିଶଗଡ଼ ଟିମଲଗାର ସୁନୀଲ ଅଗ୍ରଓ୍ଵାଲଙ୍କ କ୍ରସର୍‌ରୁ ଚିପ୍‌ସ ବୋଝେଇ କରି ଗଣ୍ଠିଆପାଲି ଗ୍ରାମକୁ ଯାଉଥିବା ବେଳେ ଆମ୍ବବୁରେଇ ପଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗ୍ରାମବାସୀ ପହଞ୍ଚି ଚାଳକଙ୍କୁ ଗାଡ଼ିରୁ ବାହାର କରିଥିବା ବେଳେ ସେ ନିଶାଗ୍ରସ୍ତ ଥିବା କହିଛନ୍ତି। ଖବର ପାଇ ଥାନା ଏଏସ୍‌ଆଇ ପୀତାମ୍ବର ବେହେରା ପହଞ୍ଚି ଗାଡ଼ି ଓ ଚିପ୍‌ସ ଜବତ କରିଥିବା ବେଳେ ସୁଯୋଗ ଉଣ୍ଡି ଚାଳକ ଫେରାର୍‌ ମାରିଥିବା ଜଣାପଡ଼ିଛି।

By amfnews

Related Post