Sun. Oct 18th, 2026

ଚିତା ବାଘ ମୁହଁରୁ ଶିଶୁ ପୁତ୍ରକୁ ଛଡାଇ ଆଣିଲା ସାହାସୀ ମା’

508 Views

ନୂଆଦିଲ୍ଲୀ,ଅକ୍ଟୋବର ୧୧ ଏଠାରେ ନୁମାଇଶଖେତରେ ଏକ ଚିଚା ବାଘ ବିଳମ୍ବିତ ରାତିରେ ଘର ଅଗଣାରେ ମା’ ସହିତ ଛିଡା ହୋଇଥିବା ଏକ ଶିଶୁକୁ ଆକ୍ରମଣ କରିଥିଲା । ଚିତାଟି ଶିଶୁଟିକୁ ମା’ ପାଖରୁ ଟାଣି ନେବାକୁ ଚେଷ୍ଟା କରିଥିଲା, କିନ୍ତୁ ସାହାସୀ ମା’ ପାଂଚ ମିନଟ ପର୍ଯ୍ୟନ୍ତ ସଙ୍ଘର୍ଷ କରି ଶିଶୁଟିକୁ ଚିତା ମୁହଁରୁ ଛଡାଇ ଆଣିଥିଲା । ମହିଳାଙ୍କ ସାହାସ ,ଉପସ୍ଥିତ ବୁଦ୍ଧି ଓ ସ୍ଥାନୀୟ ଲୋକଙ୍କ ଭିଡ ଦେଖି ଚିତା ବାଘ ସେଠାରୁ ଫେରି ପଳାଇଥିଲା

ବୁଧବାର ରାତି ପ୍ରାୟ ୯ଟା ବେଳେ ନୁମାଇଶଖେତ ଅଂଚଳାର ଜଣେ ବାସିନ୍ଦା ନିଜର ୬ ବର୍ଷର ଶିଶୁ ପତ୍ରକୁ ପ୍ରଦୀପ ସିଂହ ସହିତ ଘଣ ଅଗଣାରେ ଛିଡା ହୋଇଥିଲେ । ମା’ ପୁଅ ଦୁହେଁ ନିକଟରେ ହେଉଥିବା ରାମ ଲୀଳା ଦେଖୁଥିବା ବେଳେ ଏହି ଘଟଣା ଘଟିଥିଲା । ମହିଳା ଜଣକ ସାହାସର ସହିତ ଶିଶୁକୁ ଜାବୁଡି ଧରିଥିଲେ ।

ଚିତା ବାଘଟି ମଧ୍ୟ ପାଂଚ ମିନିଟ ପର୍ଯ୍ୟନ୍ତ ଶିଶଟିକୁ ନେବା ପାଇଁ ଚେଷ୍ଟା କରିଥିଲା । ଏହି ସମୟରେ ମହିଳା ଜଣକ ଖୁବ ଜୋରରେ ପାଟି କରିବାରୁ ପାଟି ଶୁଣି ନିକଟରେ ରାମଲୀଳା ଦେଖୁଥିବା ଲୋକ ଘଟଣାସ୍ଥଳରେ ପହଂଚିଥିଲେ । ବହୁତ ଲୋକ ଓ ହୋ ହାଲ୍ଲା ଦେଖି ଚିତାଟି ଶିଶୁଟିକୁ ଛାଡି ଦେଇ ପଳାଇ ଥିଲା । ଆହତ ନୀରିହ ଶିଶୁଟିକୁ ନିକଟସ୍ଥ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବର୍ତମାନ ଭଲ ରହିଛି ।

By amfnews

Related Post