Mon. Oct 12th, 2026

ଚାନ୍ଦିପୁର ଡିଆରଡିଆରୁ ପ୍ରସ୍ତୁତ ହେଲା ବିଶ୍ୱର ସବୁଠୁ ଉତ୍କୃଷ୍ଟ ବିଭିଆରଏଏଏମ୍ ‘ଅସ୍ତ୍ର’

295 Views

ଭୁବନେଶ୍ୱର   :   ବାଲେଶ୍ୱର ସ୍ଥିତ ଚାନ୍ଦିପୁର ଡିଆରଡିଓରୁ ପ୍ରସ୍ତୁତ ହେଉଥିବା ବାୟୁସେନାର ବିଭିଆରଏଏଏମ୍ (Beyond Visual Range Air-to-Air Missile) ‘ଅସ୍ତ୍ର’ ଖୁବଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍ ହେବାକୁ ଯାଉଛି। ଏହି କ୍ଷେପଣାସ୍ତ୍ରର ସ୍ୱତନ୍ତ୍ରତା ହେଉଛି ଏହା ଆକାଶ ମାର୍ଗରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୮୦ରୁ ୮୬ କିଲୋମିଟର ରହିଛି। ଡିଆରଡିଓ ବୈଜ୍ଞାନିକମାନେ କିନ୍ତୁ ଏହାର ଲକ୍ଷ୍ୟଭେଦ କ୍ଷମତା ୧୧୦ରୁ ୧୬୦ କିଲୋମିଟର କରୁଥିବା ଜଣାପଡ଼ିଛି। ଚାନ୍ଦିପୁର ଡିଆରଡିଆରୁ ୫ ଥର ଏହାର ସଫଳ ପରୀକ୍ଷଣ ହୋଇସାରିଛି। ଏହି ‘ଅସ୍ତ୍ର’କୁ ପ୍ରସ୍ତୁତ କରିବା ପାଇଁ ଡିଆରଡିଓକୁ ୧୫ ବର୍ଷ ସମୟ ଲାଗିଛି।

ଏହି ‘ଅସ୍ତ୍ର’ ଆଗାମୀ ଦିନରେ ସୁଖୋଇ-୩୦ଏମକେଆଇ, ତେଜସ ଆଦି ଯୁଦ୍ଧାସ୍ତ୍ରରେ ସଂଯୋଗ ହେବ। ବାୟୁସେନା ସୁଖୋଇରେ ଏହି ‘ଅସ୍ତ୍ର’କୁ ସଂଯୋଗ କରିବା ପାଇଁ ୨୦୦ଟି ମିଶାଇଲ୍ ଅର୍ଡର କରିବ ବୋଲି ଜଣାପଡ଼ିଛି।

DRDO

✔@DRDO_India

Air-to-Air missile Astra successfully flight tested from Su-30 MKIhttps://pib.gov.in/PressReleasePage.aspx?PRID=1585284 …

Embedded video

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ଡିଆରଡିଓର ମୁଖ୍ୟ ଡକ୍ଟର ସତୀଶ ରେଡ୍ଡୀ ‘ଅସ୍ତ୍ର’ ବାବଦରେ ନିଜର ମତ ରଖିଛନ୍ତି। ‘ଅସ୍ତ୍ର’ ସାରା ବିଶ୍ୱରେ ସବୁଠୁ ଭଲ ବିଭିଆରଏଏଏମ୍। ବିଶ୍ୱରେ ଆମେରିକା, ରୁଷ, ଫ୍ରାନ୍ସ ଏବଂ ଇସ୍ରାଏଲ୍ ଗୁଣାତ୍ମକ ମାନର ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରନ୍ତି। ଏବେ ଭାରତ ମଧ୍ୟ ଏହି ଶ୍ରେଣୀରେ ସାମିଲ୍ ହୋଇଛି। ‘ଅସ୍ତ୍ର’ର ଲମ୍ୱା ୩.୭ ମିଟର ଓଜନ ୧୫୪ କିଲୋଗ୍ରାମ ରହିଛି।

ସୂଚନାଯୋଗ୍ୟ ଭାରତ ପୂର୍ବରୁ ରୁଷ, ଇସ୍ରାଏଲ ଏବଂ ଫ୍ରାନ୍ସ ବିଭିଆରଏଏଏମ୍ ପ୍ରସ୍ତୁତ କରିସାରିଛନ୍ତି। ହେଲେ ବିଭିଆରଏଏଏମର ଦାମ୍ ତୁଳନାରେ ଭାରତର ବିଭିଆରଏଏଏମର ଦାମ୍ କମ୍। ୨୦୦୪ରେ ଏହି ବିଭିଆରଏଏମ ପ୍ରସ୍ତୁତ କରିବା ପାଇଁ ଅନୁମତି ମିଳିଥିଲା। ଏହାର ପ୍ରାଥମିକ ମୂଲ୍ୟ ୯୫୫ କୋଟି ଟଙ୍କା ଥିଲା।

ମିଶାଇଲ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଭାରତ ପାଖରେ ୫ ହଜାର କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବା ପାଇଁ ପରମାଣୁ କ୍ଷେପଣାସ୍ତ୍ର ଅଗ୍ନୀ-୫ ରହିଛି। ବାଲାଷ୍ଟିକ୍ ମିଶାଇଲ୍ ନିର୍ମାଣ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ସହିତ ସମାନ୍।

By amfnews

Related Post