Wed. Sep 23rd, 2026

ଚାକିରି ପ୍ର‌ଲୋଭନ ଦେଖାଇ ୪୦ ଲକ୍ଷ ଠକେଇ

307 Views

ଭବାନୀପାଟଣା: ଭବାନୀପାଟଣାରେ କାମ କରୁଥିବା ଜଣେ ଲାଇନ୍‌ମ୍ୟାନ ଜ୍ୟୋତିରଞ୍ଜନ ସାମଲ ଚାକିରି ପ୍ରଲୋଭନ ଦେଖାଇ ବିଭିନ୍ନ ଯୁବକଙ୍କଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଥିବାର ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ତାଙ୍କ ନାମରେ ଏକାଧିକ ଥାନାରେ ଅଭିଯୋଗ ହେବା ପରେ ଶ୍ରୀ ସାମଲ ୪ ମାସ ହେଲା ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଏନେଇ ପୁଲିସ ତନାଘନା କରିବା ବଦଳରେ ହାତବାନ୍ଧି ବସିଥିବା ଠକେଇର ଶିକାର କିଛି ଯୁବକ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ୱେସ୍କୋର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୂର୍ବ ବିଦ୍ୟୁତ ମଣ୍ଡଳ ଅନ୍ତର୍ଗତ ସେକସନ-୩ରେ ଲାଇନମ୍ୟାନ-ସି ଭାବେ କାର୍ଯ୍ୟ କରୁଥିବା ଜ୍ୟୋତିରଞ୍ଜନ ସାମଲ ଗତ କିଛିମାସ ଧରି ବିଭିନ୍ନ ଯୁବକଙ୍କ ଠାରୁ ଚାକିରି ପ୍ରଲୋଭନ ଦେଖାଇ ଟଙ୍କା

ଆଦାୟ କରୁଥିଲେ। ଭବାନୀପାଟଣା ସହର ବଡପଡାର ମଦନ କୁମ୍ଭାରଙ୍କୁ ଚାକିରି ଦେବେ ବୋଲି କହି ଗତ ୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ ୫୦ ହଜାର ଟଙ୍କା ନେଇଥିଲେ। ହେଲେ ଚ‌ାକିରି ନ ମିଳିବାରୁ ମଦନ ଟଙ୍କା ଫେରସ୍ତ ମାଗିଥିଲେ। ତେବେ ଜ୍ୟୋତିରଞ୍ଜନ ତାଙ୍କୁ ଭୁତେଇବାରେ ଲାଗିଥିଲେ। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଗତ ଅଗଷ୍ଟ ୨୦ ତାରିଖରେ ମଦନ ଲିଖିତ ଅଭିଯୋଗ କରିଛନ୍ତି। ତେ‌ବେ ପୁଲିସ ଏଥିରେ ଏତଲା ଦାଏର ନକରି ଚୁପ୍‌ ବସିଛି। ଜ୍ୟୋତିରଞ୍ଜନ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ହଡପ କରି ଫେରାର ହୋଇଥିବା ଅଭିଯୋଗ ଉଠୁଛି।

By amfnews

Related Post