Mon. May 13th, 2024

ଚଳିତବର୍ଷ ଧାର୍ଯ୍ୟ ସମୟ ଆଗରୁ ଆସିବ ମୌସୁମୀ !

rout.subhashree22@gmail.com' By Subhashree Rout May 14, 2018 #Featured
255 Views

ଖରା ତାତି ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଥିବା ରାଜ୍ୟବାସୀଙ୍କ ପାଇଁ ଖୁଶି ଖବର । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ଆଗୁଆ ପହଞ୍ଚିପାରେ । ଏ ନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ, ମାତ୍ର ଆସନ୍ତା ୨୮ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବାର ଅନୁମାନ କରାଯାଇଛି । ତେଣୁ ଓଡିଶାରେ ମଧ୍ୟ ମୌସୁମୀ ଧାର୍ଯ୍ୟ ସମୟ ଆଗରୁ ପହଞ୍ଚିବ ବୋଲି କୁହାଯାଉଛି, ଯାହା ଚାଷୀଭାଇ ପାଇଁ ଅତ୍ୟନ୍ତ ଭଲ ଖବର । ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଏମେଟ୍ ସୂଚନା ଅନୁସାରେ ଆସନ୍ତା ୨୦ ତାରିଖ ବେଳକୁ ଆଣ୍ଡାମାନ ନିକୋବରରେ ପହଞ୍ଚିବ ମୌସୁମୀ, ପରେ ୨୪ ତାରିଖ ବେଳକୁ ଏହା ଶ୍ରୀଲଙ୍କା ଉପୂକଳ ଛୁଇଁବ । ମୌସୁମୀ ଶ୍ରୀଲଙ୍କାରେ ପହଞ୍ଚିବା ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଆଗାମୀ ୨୮ ତାରିଖ ସୁଦ୍ଧା ଏହା କେରଳରେ ପହଞ୍ଚିବ ।

Related Post