Mon. Sep 28th, 2026

ଚନ୍ଦ୍ରଶେଖରପୁର : ପବ୍‌ରେ ଦେହ ବ୍ୟବସାୟ ଅଭିଯୋଗ

354 Views

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ପବ୍‌ରେ ଦେହ ବ୍ୟବସାୟ ଚାଲିଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ମହିଳା ଜଣକ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଦେହ ବ୍ୟବସାୟ ଚାଲିଥିବା ସମ୍ପର୍କରେ ସେ ସମ୍ପୃକ୍ତ ପବ୍‌ର ଜଣେ କର୍ମଚାରୀଙ୍କୁ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ପବ୍ କର୍ମଚାରୀମାନେ ତାଙ୍କୁ ମାଡ଼ମାରିବା ସହ ତାଙ୍କ ଗହଣା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

By amfnews

Related Post