Sat. Jun 13th, 2026

ଚତୁର୍ଥୀ ରାତିରେ ଶାରୀରିକ ସଂପର୍କ ରଖିବାକୁ ମନା କଲା ସ୍ତ୍ରୀ, ସ୍ୱାମୀ ସମଲିଙ୍ଗୀ ବୋଲି ଭାବୁଥିବା ବେଳେ କାହାଣୀ ଥିଲା କିଛି ଅଲଗା…

323 Views

ସୂଚନା ମୁତାବକ, ବିବାହ ପରେ ନୂଆ ଘରେ ନୂଆ ଲୋକଙ୍କ ସହ ଚଳିବା ପାଇଁ ସମୟ ଲାଗିବ ବୋଲି କହି ଶାରୀରିକ ସଂପର୍କ ରଖିବାକୁ ହରଜୀତ୍‌ଙ୍କୁ ତାଙ୍କ ସ୍ତ୍ରୀ ମନା କରିଥିଲେ । ନିଜ ଘର ଛାଡ଼ିବାର ଦୁଃଖକୁ ଦୂର କରିବା ପାଇଁ ହରଜୀତ୍‌ କୁଲୁ-ମନାଲି ବୁଲିବାର ଯୋଜନା କରିବା ସହ ନିଜ ସ୍ତ୍ରୀଙ୍କୁ ବ୍ୟାଗ୍‌ ପ୍ୟାକ୍‌ କରିବାକୁ କହିଥିଲେ । କିନ୍ତୁ ଦେହ ଖରାପ ଅଛି ବୋଲି କହି ବୁଲିଯିବାକୁ ତାଙ୍କ ସ୍ତ୍ରୀ ସଫା ମନା କରି ଦେଇଥିଲେ । ପରଦିନ ବାରମ୍ବାର ବାନ୍ତି ହେବାରୁ ହରଜୀତ୍‌ ନିଜ ସ୍ତ୍ରୀକୁ ନେଇ ଡ଼ାକ୍ତରୀ ପରୀକ୍ଷା କରାଇଥିଲେ । ଯାହା ପରେ ସେ ଗର୍ଭବତୀ ଥିବା ଜଣା ପଡ଼ିଥିଲା । କିନ୍ତୁ ପରୀକ୍ଷାରେ ବିଶ୍ୱାସ ନ କରି ହରଜୀତ୍‌ ଅଲଟ୍ରାସାଉଣ୍ଡ କରାଇଥିଲେ । ଯାହା ପରେ ତାଙ୍କ ସ୍ତ୍ରୀ ୭ସପ୍ତାହ ୪ଦିନର ଗର୍ଭବତୀ ଥିବା ସ୍ପଷ୍ଟ ହୋଇ ଯାଇଥିଲା ।

ସବୁ ସତ ସାମ୍ନାକୁ ଆସିବା ପରେ ମୁଁ ଦିଲ୍ଲୀରେ ରହୁଥିବା ଜଣେ ଯୁବକଙ୍କୁ ଭଲ ପାଉଛି ଏବଂ ମୋ ପେଟରେ ଥିବା ପିଲା ତାଙ୍କର ବୋଲି ହର୍‌ଜୀତ୍‌ଙ୍କୁ ତାଙ୍କ ସ୍ତ୍ରୀ ଜଣାଇଥିଲେ । ସବୁ ଜାଣିବା ପରେ ହର୍‌ଜୀତ୍‌ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପରେ ସେ ବିବାହ ନାମରେ ଠକେଇର ଶିକାର ହୋଇଥିବା ଅଭିଯୋଗ କରି ନିଜ ସ୍ତ୍ରୀ, ତାଙ୍କ ମାତା-ପିତା ଏବଂ ଭଉଣୀ-ଭିଣୋଇଙ୍କ ବିରୋଧରେ ଏତଲା ଦେଇଥିଲେ । ଏବେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

By amfnews

Related Post